ଦଳ ଛାଡ଼ି‌ଲେ ହାର୍ଦ୍ଦିକ ପଟେଲ, ଇସ୍ତଫା ପତ୍ରରେ କଂଗ୍ରେସ ନେତୃତ୍ବକୁ କଡ଼ା ସମାଲୋଚନା

Advertisment
ଆମେ ତାଙ୍କୁ ଇଜ୍ଜତ ଦେଲୁ, ହାର୍ଦ୍ଦିକ ଦେଲେ ଧୋକା: କଂଗ୍ରେସ

photo-indian express

ଅହମଦାବାଦ: ଦୀର୍ଘଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ଶେଷରେ କଂଗ୍ରେସ ଦଳ ଛାଡ଼ି ଦେଇଛନ୍ତି। ଦଳ ସଭାପତି ସୋନିଆ ଗାନ୍ଧିଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ହାର୍ଦ୍ଦିକ ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସ ଉଭୟ ଗୁଜରାଟ ଏବଂ ଜାତୀୟସ୍ତରରେ କିଛି ଭଲ କରିବାପାଇଁ ଚାହୁନାହିଁ। ଯେତେବେଳେ ଦେଶର ଲୋକମାନେ ରାମ ମନ୍ଦିର, ଅଯୋଧ୍ୟା ଏବଂ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗର ସମାଧାନ ଚାହୁଥିଲେ ସେତେବେଳେ କଂଗ୍ରେସ ବାଧା ସୃଷ୍ଟି କରୁଥିଲା ବୋଲି ହାର୍ଦ୍ଦିକ କହିଛନ୍ତି।

କଂଗ୍ରେସ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର କରିଥିବା କାର୍ଯ୍ୟକୁ ବିରୋଧ କରିବା ଛଡ଼ା ଅନ୍ୟ କିଛି କରୁନାହିଁ । ଏହା ସବୁଠୁ ଦୁର୍ଭାଗ୍ୟଜନକ ଯେ ଗୁଜରାଟରେ ବରିଷ୍ଠ କଂଗ୍ରେସ ନେତାମାନେ ରାଜ୍ୟର ପ୍ରସଙ୍ଗଠାରୁ ଦୂରରେ ରହୁଛନ୍ତି କିନ୍ତୁ ଦିଲ୍ଲୀରୁ ଆସୁଥିବା ନେତାମାନଙ୍କ ପାଇଁ ଠିକ୍‌ ସମୟରେ ଚିକେନ ସାଣ୍ଡୱିଚ୍‌ ଉପଲବ୍ଧ ହେଲା କି ନାହିଁ ସେଥିରେ ସେମା‌ନେ ବ୍ୟସ୍ତ ରହୁଛନ୍ତି। ହାର୍ଦ୍ଦିକ କହିଛନ୍ତି, ଗୁଜରାଟ କଂଗ୍ରେସ ନେତାମାନେ ଦଳକୁ ଦୁର୍ବଳ କରିଦେବାରେ ବ୍ୟସ୍ତ। ବ୍ୟକ୍ତିଗତ ଆର୍ଥିକ ଫାଇଦା ପାଇଁ ନେତାମାନେ ମୂଳ ପ୍ରସଙ୍ଗଠାରୁ ଦୂରେଇ ରହୁଛନ୍ତି। ଗୁଜରାଟ କଂଗ୍ରେସ ନେତାଙ୍କ କାମ ଗୁଜରାଟର ଲୋକଙ୍କ ପାଇଁ ଏକ ଧୋକା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe