ପାକିସ୍ତାନ ରେଳମନ୍ତ୍ରୀଙ୍କ ନାମରେ ଟିକ୍‌ଟକ୍‌ ଷ୍ଟାର୍‌ ଆଣିଲେ ସଙ୍ଗୀନ ଅଭିଯୋଗ

Advertisment
ପାକିସ୍ତାନ ରେଳମନ୍ତ୍ରୀଙ୍କ ନାମରେ ଟିକ୍‌ଟକ୍‌ ଷ୍ଟାର୍‌ ଆଣିଲେ ସଙ୍ଗୀନ ଅଭିଯୋଗ

The Express Tribune

ନୂଆଦିଲ୍ଲୀ: ପାକିସ୍ତାନ ରେଳମନ୍ତ୍ରୀ ଶେଖ୍‌ ରସିଦ୍‌ ଅନେକ ସମୟରେ ବିବାଦୀୟ ବୟାନ୍‌ ଓ ଭାରତକୁ ଯୁଦ୍ଧ ଧମକ ଦେଇ ବିବାଦ ଘେରକୁ ଆସିଥିଲେ। ସମ୍ପ୍ରତି ପାକିସ୍ତାନର ସୋସିଆଲ ମିଡିଆ ଷ୍ଟାର୍‌ ହରିମ୍‌ ଶାହା ପାକିସ୍ତାନ ରେଳମନ୍ତ୍ରୀ ଶେଖ୍‌ ରସିଦ୍‌ଙ୍କ ନାମରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

ଗୁରୁବାର ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦ୍‌ଙ୍କ ସହିତ ଭିଡିଓ କଲ୍‌ର ଏକ ଫୁଟେଜ ସୋସିଆଲ ମିଡିଆ ଷ୍ଟାର୍‌ ହରିମ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଏହି ଫୁଟେଜ ଏବେ ଭାଇରାଲ ହୋଇଛି। ଯେଉଁଥିରେ ଟିକ୍‌ଟକ୍‌ ଷ୍ଟାର ହରିମ ରେଳମନ୍ତ୍ରୀ ଶେଖ୍‌ ରସିଦଙ୍କ ସହିତ ଭିଡଓ କଲ କରି କଥା ହେଉଥିବା ଦେଖିବାକୁ ମିଳିଛି।

ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦ କହୁଛନ୍ତି, ଆଜି ପର୍ଯ୍ୟନ୍ତ ମୁଁ କ’ଣ ତୁମର କୌଣସି କଥାକୁ କାହା ଆଗରେ କହିଛି। ତେବେ ତୁମେ କାହିଁକି ମୋ ସହିତ କଥା ହେଉନାହିଁ।

ଏହାର ଉତ୍ତରରେ ହାରିମ୍‌ କହୁଛନ୍ତି, ତୁମକୁ ଯାହା କରିବାର ଅଛି କର। ଆପଣ ଯେଉଁ ନ୍ୟୁଡ ଭିଡିଓ ପଠାଇଛନ୍ତି। ତାହାର ଉଦ୍ଦେଶ୍ୟ କ’ଣ ହୋଇପାରେ। ହାରିମଙ୍କ ଠାରୁ ଏଭଳି କଥା ଶୁଣିବା ପରେ ଶେଖ୍‌ ରସିଦ ଫୋନ୍‌ କାଟି ଦେଉଛନ୍ତି।

Image result for hareem-shah-accuses-sheikh-rashid NewsBox

ହରିମ୍‌ ଶାହା ଏହି ଟୁଇଟ ଡିଲଟ କରି ଦେବା ସହିତ ନିଜର ଆକାଉଣ୍ଟରେ ଏକ ଭିଡିଓ ମେସେଜ ପୋଷ୍ଟ କରିଛନ୍ତି। ଏଥିରେ ସେ କହିଛନ୍ତି, କାହାକୁ ଅସମ୍ମାନ କରିବା ମୋର ଉଦ୍ଦେଶ୍ୟ ନୁହେଁ। ଯେଉଁଲୋକମାନେ ମୋର ପଛରେ ପଡ଼ିଛନ୍ତି। ଦୟାକରି ଏଥିରୁ ନିବୃତ୍ତ ରହୁନ୍ତୁ ମୋର ଅନେକ କାମ ଅଛି। ଏସବୁ କଥା ପାଇଁ ମୋ ପାଖରେ ସମୟ ନାହିଁ।

ଟିକ୍‌ ଟକ୍‌ ଷ୍ଟାର ହରିମ ଶାହା ପାକିସ୍ତାନର ସମସ୍ତ ବଡ଼ବଡ଼ ରାଜନେତାଙ୍କ ସହିତ ଟିମ୍‌ ଟକ୍‌ ଭିଡିଓ କରି ସାରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ ଚୌକିରେ ବସି ଏକ ସେଲଫି ବି ନେଇଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ବିବାଦ ବି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe