କଂଗ୍ରେସ ଅଡ଼ୁଆ ବଢ଼ାଇଲେ ହରିଶ ରାୱତ: ଦଳକୁ ଟାର୍ଗେଟ୍‌ କରି ଏକାଧିକ ଟ୍ବିଟ୍‌

Advertisment

ରାଜନୀତିରୁ ଅବସର ନେଇପାରନ୍ତି

ରାଜନୀତିରୁ ଅବସର ନେଇପାରନ୍ତି

କଂଗ୍ରେସ ଅଡ଼ୁଆ ବଢ଼ାଇଲେ ହରିଶ ରାୱତ: ଦଳକୁ ଟାର୍ଗେଟ୍‌ କରି ଏକାଧିକ ଟ୍ବିଟ୍‌

ନୂଆଦିଲ୍ଲୀ, : କଂଗ୍ରେସ ପୁଣି ଜଣେ ବରିଷ୍ଠ ନେତାଙ୍କୁ ନେଇ ଅଡ଼ୁଆର ସମ୍ମୁଖୀନ ହୋଇପାରେ। ଆଗକୁ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଥିବାବେଳେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଆଜି ଦଳ ବିରୋଧରେ ତାଙ୍କର କ୍ଷୋଭ ପ୍ରକାଶ କରିଛନ୍ତି। ରାୱତ ଆଜି ବାରମ୍ବାର ଟ୍ବିଟ୍‌ କରି ରାଜ୍ୟର ଦଳୀୟ ବ୍ୟାପାରକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କଂଗ୍ରେସ ନେତୃବୃନ୍ଦଙ୍କୁ ଇଙ୍ଗିତ କରି ରାୱତ କହିଛନ୍ତି, ଯେଉଁ ପ୍ରତିନିଧି ଏବଂ ନେତାମାନଙ୍କ ନିର୍ଦ୍ଦେଶରେ ମୁଁ ନିର୍ବାଚନର ସମୁଦ୍ରରେ ପହଁରିବି ସେମାନେ ମୋ ହାତ ଏବଂ ଗୋଡ଼ ବାନ୍ଧି ଦେଇଛନ୍ତି।

ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା। ମତେ ନିର୍ବାଚନୀ ଯୁଦ୍ଧ ସମୁଦ୍ରରେ ପହଁରିବାକୁ ପଡ଼ିବ କିନ୍ତୁ ସାଂଗଠନିକ ଶକ୍ତି ମତେ ସହଯୋଗର ହାତ ବଢ଼ାଇବା ପରିବର୍ତ୍ତେ ହତାଶ କରୁଛି। ହରିଶ ରାୱତ ରାଜନୀତିରୁ ସମ୍ଭାବ୍ୟ ଅବସର ନେବା ସଂକ୍ରାନ୍ତ ସୂଚନା‌ ପ୍ରଦାନ କରିଛନ୍ତି। ଅନ୍ୟ ଏକ ଟ୍ବିଟ୍‌ କରି ରାୱତ କହିଛନ୍ତି, ଏବେ ମୋ ମନକୁ ଅନେକ ସମୟରେ ଗୋଟିଏ ଭାବନା ଆସୁଛି, ରାଜନୀତି ବହୁତ ହୋଇଗଲା ଏବେ ବିଶ୍ରାମ ନେବାର ସମୟ ଆସିଯାଇଛି। ଏହାପରେ ରାୱତ କହିଛନ୍ତି, ‌‘ମୋ ହୃଦୟର ଏକ ଅଂଶ କହୁଛି ଯେ, ମୁଁ ଚ୍ୟାଲେଂଜଠାରୁ ଏଭଳି ଭା‌ବେ ଦୂରେଇ ନଯିବା ଉଚିତ। ଆଶା କରୁଛି ନୂଆବର୍ଷ ମତେ ସଠିକ୍‌ ରାସ୍ତା ଦେଖାଇବ। ମୋର ଦୃଢ଼ ବିଶ୍ବାସ ଅଛି ଯେ, କେଦାରନାଥ ମତେ ବାଟ ଦେଖାଇବେ।’ ରାୱତଙ୍କ ଏହି ଆଭିମୁଖ୍ୟ ଉତ୍ତରାଖଣ୍ଡ କଂଗ୍ରେସ ପାଇଁ ସମସ୍ୟା ବଢ଼ାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe