ଦରକାର ପଡ଼ିଲେ ଉତ୍ତରାଖଣ୍ଡ ପାଇଁ ଭୁକିବି ଏବଂ କାମୁଡିବି ମଧ୍ୟ; ଶାହଙ୍କ ବୟାନର ଏଭଳି ଜବାବ ରଖିଲେ ହରିଶ ରାୱତ

ଦରକାର ପଡ଼ିଲେ ଉତ୍ତରାଖଣ୍ଡ ପାଇଁ ଭୁକିବି ଏବଂ କାମୁଡିବି ମଧ୍ୟ; ଶାହଙ୍କ ବୟାନର ଏଭଳି ଜବାବ ରଖିଲେ ହରିଶ ରାୱତ

ଡେରାଡୁନ: ଆସନ୍ତାକାଲି ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ। ମତଦାନ ଆରମ୍ଭ ହେବା ପୂର୍ବରୁ ବିଜେପି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଖୁବ ବର୍ଷିଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ। ଶାହାଙ୍କ 'ନା ଘର୍ କା ନା ଘାଟ୍ କା' ବୟାନର ଜବାବ ଦେଇ ଦରକାର ପଡ଼ିଲେ ଉତ୍ତରାଖଣ୍ଡ ପାଇଁ ଭୁକିବି ଏବଂ କାମୁଡିବି ମଧ୍ୟ ବୋଲି କହିଛନ୍ତି ହରିଶ ରାୱତ।

publive-image aajtak

ହରିଶ ରାୱତ କହିଛନ୍ତି ଯେ, ଅମିତ ଶାହାଜୀ, ମୋଦୀଜୀ, ଯୋଗୀଜୀ ଏବଂ ତାଙ୍କର ସମସ୍ତ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ଅମିତ ଶାହା ବହୁତ ବଡ କଥା କହିଛନ୍ତି। ସେ ଏବଂ ବିଜେପିର ସଂସ୍କୃତି ଧନ୍ୟ। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳର କର୍ମୀଙ୍କୁ କହିଥିଲେ ଯେ, 'ନା ଘର କା ନା ଘାଟ କା'। ଯଦି ସେ ତାଙ୍କର ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ କୁକୁର ବୋଲି ଭାବୁଛନ୍ତି, ତେବେ ଏହା ତାଙ୍କର ଚିନ୍ତାଧାରାକୁ ଦର୍ଶାଉଛିି। ମୁଁ ଯେତିକି ଜାଣିଛି, ଆମ ଧର୍ମରେ କୁକୁର ହେଉଛି ଭୈରବର ଏକ ଅଂଶ। ଭୈରବ ହେଉଛନ୍ତି ଦେବତାମାନଙ୍କର ଜଗୁଆଳି, କୁକୁର ହେଉଛି ଘରର ଜଗୁଆଳି। ଯଦି ମୁଁ କୁକୁର ତେବେ ମୁଁ ଉତ୍ତରାଖଣ୍ଡର ରକ୍ଷକ ଅଟେ। ଯଦି ମୋତେ ଉତ୍ତରାଖଣ୍ଡ ପାଇଁ ଭୁକିବାକୁ ପଡିବ, ମୁଁ ଭୁକିବି। ଯଦି ମୋତେ ଗରିବଙ୍କ ପାଇଁ କହିବାକୁ ପଡିବ, ମୁଁ କହିବି। ଏମିତିକି କାମୁଡ଼ିବାକୁ ପଡ଼ିଲେ ବି ମୁଁ କାମୁଡ଼ିବାକୁ ପଛାଇବି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe