ସୁପ୍ରିମ୍‌ କୋର୍ଟଙ୍କ କୋଭିଡ୍‌ ମାମଲା ଶୁଣାଣିରୁ ଓହରିଗଲେ ‘ଆମିକସ୍‌ କ୍ୟୁରି’ ନିଯୁକ୍ତ ଆଡ୍‌ଭୋକେଟ୍‌ ହରିଶ ସାଲ୍‌େଓ୍ଵ

ସୁପ୍ରିମ୍‌ କୋର୍ଟଙ୍କ କୋଭିଡ୍‌ ମାମଲା ଶୁଣାଣିରୁ ଓହରିଗଲେ ‘ଆମିକସ୍‌ କ୍ୟୁରି’ ନିଯୁକ୍ତ ଆଡ୍‌ଭୋକେଟ୍‌ ହରିଶ ସାଲ୍‌େଓ୍ଵ

Image Courtesy of India Today

ନୂଆଦିଲ୍ଲୀ: ଭାରତରେ କୋଭିଡ୍‌-୧୯ ସଙ୍କଟ ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଭୂମିକା ପ୍ରସଙ୍ଗରେ ‘ସୁଓ ମୋଟୋ’ ଜନସ୍ୱାର୍ଥ ମାମଲାର ଶୁଣାଣିରେ ସୁପ୍ରିମ୍‌ କୋର୍ଟଙ୍କୁ ସହଯୋଗ କରିବା ନିମନ୍ତେ ‘ଆମିକସ୍‌ କ୍ୟୁରି’ ଭାବେ ନିଯୁକ୍ତ ବରିଷ୍ଠ ଆଡ୍‌ଭୋକେଟ୍‌ ହରିଶ ସାଲ୍‌େଓ୍ଵ ଏଥିରୁ ଓହରି ଯିବା ପାଇଁ ଆଜି ନିବେଦନ କରିଛନ୍ତି।

ସେ କହିଛନ୍ତି କି, ଅଦାଲତ ଶୁଣାଣି କରିବାକୁ ଯାଉଥିବା ଏହି ମାମଲାଟି ସମ୍ଭବତଃ ସବୁଠୁ ଅଧିକ ସ୍ପର୍ଶକାତର ମାମଲାଗୁଡ଼ିକ ମଧ୍ୟରୁ ଅନ୍ୟତମ। ଦେଶ ଉଦ୍‌ବେଗଜନକ ପରିସ୍ଥିତିରେ ରହିଛି। ଏଭଳି ସ୍ପର୍ଶକାତର ମାମଲା ଅଦାଲତ କେବେ ପରିଚାଳନା କରି ନ ଥିବେ। ପ୍ରଧାନ ବିଚାରପତିଙ୍କ ସହ ମୋର ପରିଚୟ ଥିବା କାରଣରୁ ମତେ ‘ଆମିକସ୍‌ କ୍ୟୁରି’ ଭାବେ ନିଯୁକ୍ତି ମିଳିଛି। ଏଭଳି ଗୁରୁତ୍ୱହୀନ ନିଯୁକ୍ତି ଗ୍ରହଣ କରିବାକୁ ମୁଁ ଚାହେଁନାହିଁ।

publive-image Image Courtesy of The Week

ସୂଚନାଯୋଗ୍ୟ, ହରିଶଙ୍କୁ ‘ଆମିକସ୍‌ କ୍ୟୁରି’ ଭାବେ ନିଯୁକ୍ତି ମିଳିବା ପ୍ରସଙ୍ଗରେ ସମାଲୋଚକ ଓ ବିରୋଧୀ ଦଳମାନେ ଆପତ୍ତି ଉଠାଇଥିଲେ।
ଆଜି ଶୁଣାଣି ଆରମ୍ଭ ହୋଇଥିବା ଏହି ମାମଲାରେ ହରିଶ ସାଲ୍‌େଓ୍ଵ କହିଲେ, ବେଦାନ୍ତ ମାମଲା ଶୁଣାଣି କରାଯିବ ବୋଲି ଉଲ୍ଲେଖ ଥିବାରୁ ଗତକାଲି ମୁଁ ସୁପ୍ରିମ୍‌ କୋର୍ଟରେ ଥିଲି। ବେଦାନ୍ତ ମୋର ମହକିଲ।

କିନ୍ତୁ, ପ୍ରଧାନ ବିଚାରପତି ବୋବ୍‌ଡ଼େ କହିଲେ, ସାଲ୍‌େଓ୍ଵଙ୍କୁ ନିଯୁକ୍ତ କରିବା ଥିଲା ଖଣ୍ଡପୀଠଙ୍କର ସାମୂହିକ ନିଷ୍ପତ୍ତି।

ତାଙ୍କ ନିଯୁକ୍ତିକୁ ନେଇ ଅଯଥା ଅଭିଯୋଗ ଏଡ଼ାଇବାକୁ ‘ଆମିକସ୍‌ କ୍ୟୁରି’ ପଦବୀରୁ ଓହରି ଯିବା ଲାଗି ସାଲ୍‌େଓ୍ଵ ଅଦାଲତଙ୍କ ଅନୁମତି ଲୋଡ଼ିଥିଲେ। ଏ ପ୍ରସଙ୍ଗରେ ପ୍ରଧାନ ବିଚାରପତି ବୋବ୍‌ଡ଼େ କହିଲେ, ସମାଲୋଚନା ଆପଣଙ୍କୁ ବ୍ୟଥିତ କରିଛି ବୋଲି ଆମେ ଜାଣୁ। ଏ ମାମଲାରେ କେତେକ ବରିଷ୍ଠ ଆଡ୍‌ଭୋକେଟ୍‌ ଦେଇଥିବା ମନ୍ତବ୍ୟ ପାଠ କରି ଆମେ ଦୁଃଖିତ। ଏଥର ଆମେ ଚିହ୍ନି ନ ଥିବା ଜଣେ ‘ଆମିକସ୍‌ କ୍ୟୁରି’ଙ୍କର ସନ୍ଧାନ ନେବୁ।

ଆସନ୍ତା ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି କରାଯିବ ବୋଲି ଖଣ୍ଡପୀଠ ଦିନ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe