୨୦ କୋଟିର ଓକିଲଙ୍କୁ ମାତ ଦେଲେ ୧ ଟଙ୍କିଆ ଓକିଲ ହରିଶ ସାଲଭେ

Advertisment
୨୦ କୋଟିର ଓକିଲଙ୍କୁ ମାତ ଦେଲେ ୧ ଟଙ୍କିଆ ଓକିଲ ହରିଶ ସାଲଭେ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ଫାଶୀ ଦଣ୍ଡ ଉପରେ ରୋକ ଲଗାଇଛନ୍ତି | ତେବେ ଏହି ସଫଳତା ପଛରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ଭାରତୀୟ ଓକିଲ ହରିଶ ସାଲଭେ ନିଜର ଦୃଢ ଯୁକ୍ତି ଉପସ୍ଥାପନ କରିବା ସହ ପାକିସ୍ତାନର ଦୁଇ ଓକିଲଙ୍କ ଯୁକ୍ତିକୁ ସଫଳତାର ସହ ମୁକାବିଲା କରିଥିଲେ | ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦେଶର ଜଣାଶୁଣା ଓକିଲ ହରିଶ ସାଲଭେ ଅନ୍ତର୍ଜାତୀୟ ଅଦାଲତରେ ମାମଲା ଲଢ଼ିବା ପାଇଁ ମାତ୍ର ୧ ଟଙ୍କା ନିଜ ଦେୟ ବାବଦକୁ ନେଇଛନ୍ତି | କିନ୍ତୁ ହରିଶଙ୍କ ଯୁକ୍ତିକୁ ମାତ ଦେବାକୁ ପାକିସ୍ତାନ ପକ୍ଷରୁ ନିଯୁକ୍ତ ଓକିଲ ୨୦ କୋଟି ଟଙ୍କା ନେଇଛନ୍ତି |

publive-image

ଏଠାରେ ସୂଚନା ଥାଉ କି ନିଜ ଦେଶର ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ହରିଶ ମାତ୍ର ୧ ଟଙ୍କା ଦେୟ ନେବାକୁ ନିଜ ପକ୍ଷରୁ କହିଥିଲେ | ବଡ କଥା ଦେଶର ସବୁଠାରୁ ମହଙ୍ଗା ଓକିଲ ଭାବେ ହରିଶ ଜଣାଶୁଣା | ମିଡ଼ିଆ ରିପୋର୍ଟ ଅନୁସାରେ ହରିଶଙ୍କର ଗୋଟିଏ ଦିନର ଫିସ ହେଉଛି ୩୦ ଲକ୍ଷ ଟଙ୍କା | ମାର୍ଚ ୩, ୨୦୧୬ରେ ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ ଗିରଫ କରିଥିଲା ଏବଂ ସେ ଜଣେ ଭାରତୀୟ ଗୁପ୍ତଚର ସହ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ବୋଲି ଦର୍ଶାଇଥିଲା। ଯାଦବଙ୍କୁ ବାଲୋଚିସ୍ତାନରୁ ପାକିସ୍ତାନ ଗିରଫ କରିଥିବା କହିଥିଲା।

publive-image

ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ଇରାନ୍‌ରୁ ଅପହରଣ କରାଯାଇଥିବା ଜଣାପଡ଼ିଥିଲା। ଏପ୍ରିଲ ୧୦, ୨୦୧୭ରେ ପାକିସ୍ତାନର ସାମରିକ ଅଦାଲତ କୁଳଭୂଷଣଙ୍କୁ ଜଣେ ଭାରତୀୟ ଗୁପ୍ତଚର ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଏଜେଣ୍ଟ ବୋଲି ଦର୍ଶାଇ ଫାଶୀ ଦଣ୍ଡାଦେଶ ଶୁଣାଇଥି‌ଲା। ମେ ୮, ୨୦୧୭ରେ ଭାରତ ଏହି ମାମଲାରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ)ର ଦ୍ବାରସ୍ଥ ହୋଇଥିଲା। ପାକିସ୍ତାନ ଭିଏନା କନ୍‌ଭେନ୍‌ସନ ଚୁକ୍ତିକୁ ଉଲ୍ଲଂଘନ କରି ଯାଦବଙ୍କ ପ୍ରତି କରିଥିବା ବର୍ବରତାର ଦୃଢ଼ ବିରୋଧ କରି ହରିଶ ଅନେକ ତଥ୍ୟ ରଖିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe