୬୫ ବର୍ଷରେ ଦ୍ବିତୀୟ ବିବାହ କଲେ ହରିଶ ସାଲ୍‌ଭେ

Advertisment
୬୫ ବର୍ଷରେ ଦ୍ବିତୀୟ ବିବାହ କଲେ ହରିଶ ସାଲ୍‌ଭେ

ନୂଆଦିଲ୍ଲୀ: ଭାରତର ପୂର୍ବ ସଲିସିଟର୍‌ ଜେନେରାଲ ତଥା ସୁପ୍ରିମ୍‌ କୋର୍ଟର ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ ଲଣ୍ଡନ୍‌ର ଆର୍ଟିଷ୍ଟ୍‌ କେରୋଲିନ୍‌ ବ୍ରୋସାର୍ଡଙ୍କୁ ଆଜି ବିବାହ କରିଛନ୍ତି। ୬୫ ବର୍ଷୀୟ ସାଲ୍‌ଭେ ୫୬ ବର୍ଷୀୟା କେରୋଲିନ୍‌ଙ୍କୁ ଲଣ୍ଡନ୍‌ର ଏକ ଚର୍ଚ୍ଚରେ ୧୫ ଜଣ ଅତିଥିଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ଏହି ବିବାହ ପାଇଁ ସାଲ୍‌ଭେ ଖ୍ରିଷ୍ଟିଆନ୍‌ ଧର୍ମ ଗ୍ରହଣ କରିଛନ୍ତି। ସାଲ୍‌ଭେ ପତ୍ନୀ ମିନାକ୍ଷୀଙ୍କ ସହ ତାଙ୍କର ୩୮ ବର୍ଷର ସମ୍ପର୍କକୁ ତୁଟାଇ ଜୁନ୍‌ରେ ଛାଡ଼ପତ୍ର ଦେଇଥିଲେ। ସାଲଭେ୍ ଏବଂ ମିନାକ୍ଷୀଙ୍କର ୨ ଝିଅ ସାକ୍ଷୀ ଏବଂ ସାନିଆ ଅଛନ୍ତି। ଅନ୍ୟପ‌କ୍ଷେ ଚିତ୍ରଶିଳ୍ପୀ କେରୋଲିନ୍‌ଙ୍କର ଜଣେ ୧୮ ବର୍ଷୀୟା ଝିଅ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe