economictimes.indiatimes.com
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ହରାଇ ସୁସ୍ଥ ହୋଇଛନ୍ତି ବିଶ୍ବପ୍ରସିଦ୍ଧ ସିରିଜ୍ ‘ହ୍ୟାରି ପୋଟର’ର ଲେଖିକା ଜେ କେ୍ ରୋଲିଂ। ଦୀର୍ଘ ଦୁଇ ସପ୍ତାହ ପରେ କୋଭିଡ-୧୯ରୁ ମୁକ୍ତି ପାଇଛନ୍ତି ବୋଲି ଏହି ପ୍ରସିଦ୍ଧ ଲେଖିକା ତାଙ୍କ ଟ୍ବିଟ୍ର ଅକାଉଣ୍ଟ୍ରେ ପୋଷ୍ଟ୍ କରି ଜଣାଇଛନ୍ତି।
ସେ ଏକ ଟ୍ବିଟ୍ କରି ଲେଖିଛନ୍ତି, ‘ଯଦିଓ ମୁଁ ପରୀକ୍ଷା କରିନାହିଁ ତଥାପି ବି ଗତ ଦୁଇ ସପ୍ତାହ ତଳୁ ମୋ ଭିତରେ କରୋନା ଭାଇରସ୍ର ସମସ୍ତ ଲକ୍ଷଣ ଦେଖିବାକୁ ମିଳିଥିଲା। ମୁଁ କୁଇନ୍ ହସ୍ପିଟାଲ୍ର ଏକ ୟୁଟ୍ୟୁବ୍ ଭିଡିଓ ଦେଖିଲି, ଯେଉଁଥିରେ କରୋନାକୁ କିପରି ହରାଇ ହେବ ତାହାର କୌଶଳ ପ୍ରଦର୍ଶିତ ହୋଇଥିଲା। ତାହାକୁ ଦେଖିବା ପରେ ମୁଁ ଭିଡିଓରେ କୁହାଯାଇଥିବା ଟିପ୍ସ ସବୁ ଆପଣେଇଥିଲି। ଦୁଇ ସପ୍ତାହ ମଧ୍ୟରେ ସଂପୂର୍ଣ୍ଣ ସୁସ୍ଥ ହୋଇଗଲି।’
ଭିଡିଓରେ ନିଶ୍ବାସ ନେବାର କୌଶଳ ବା ବ୍ରିଦିଂ ଟେକ୍ନୋଲୋଜିର ସଂପର୍କରେ କହୁଥିବା ବ୍ୟକ୍ତି ଜଣକ ହେଉଛନ୍ତି କୁଇନ୍ ହସ୍ପିଟାଲ୍ର ଡାକ୍ତର ତଥା ଜେକେ ରୋଲିଂଙ୍କ ସ୍ବାମୀ। ନିଜ ସ୍ବାମୀଙ୍କ କଥା ଅନୁସାରେ ଚଳି ରୋଲିଂ ସୁସ୍ଥ ହେବା ପରେ ଅନ୍ୟମାନଙ୍କ ପାଇଁ ଭିଡିଓଟିକୁ ସେୟାର୍ କରିଛନ୍ତି। ଏହି ଭିଡିଓଟିକୁ ଦେଖିବା ପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ଓ ଏହାର କୌଣସି ପାର୍ଶ୍ବ ପ୍ରଭାବ ନାହିଁ ବୋଲି ଜେକେ ରୋଲିଂ ଜଣାଇଛନ୍ତି।
Follow Us