ଉପରାଜ୍ୟପାଳ ବିନୟ କୁମାରଙ୍କ ଶପଥ ଗ୍ରହଣ ସମାରୋହରେ ବସିବାକୁ ଚୌକି ନମିଳିବାରୁ ରାଗରେ ଫେରିଆସିଲେ ହର୍ଷବର୍ଦ୍ଧନ

Advertisment
ଉପରାଜ୍ୟପାଳ ବିନୟ କୁମାରଙ୍କ ଶପଥ ଗ୍ରହଣ ସମାରୋହରେ ବସିବାକୁ ଚୌକି ନମିଳିବାରୁ ରାଗରେ ଫେରିଆସିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଆଜି ଜାତୀୟ ରାଜଧାନୀ ଦିଲ୍ଲୀର ୨୨ଶ ଉପରାଜ୍ୟପାଳ ଭାବେ ବିନୟ କୁମାର ସକ୍‌ସେନା ଶପଥ ଗ୍ରହଣ କରିଛନ୍ତି। ଆଜି ରାଜ ନିବାସରେ ଆୟୋଜିତ ନିରାଡ଼ମ୍ବର ଉତ୍ସବରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ବିପିନ ସାଙ୍ଘି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ଏହି ବୈଠକକୁ ଯୋଗ ଦେବାକୁ ଆସି ବିଜେପି ସାଂସଦ ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ରାଗ ତମତମ ହୋଇ ସେଠାରୁ ଚାଲିଯାଇଥିବା ଦେଖାଯାଇଥିଲା। ପ୍ରଥମେ ଏହାର କାରଣ କେହି ଜାଣି ପାରିନଥିବା ବେଳେ ପରେ ପ୍ରକୃତ କାରଣ ସାମ୍ନାକୁ ଆସିଥିଲା। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବସିିବା ପାଇଁ ଚୌକି ନମିଳିବାରୁ ସେ ରାଗରେ ଫେରି ଯାଇଥିଲେ ବୋଲି ଜଣାପଡ଼ିଛି।

ଟ୍ବିଟରରେ ଏକ ଫଟୋ ଏବେ ଭାଇରାଲ ହୋଇଛି, ଯେଉଁଥିରେ ଦେଖାଯାଇଛି ପୂର୍ବ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ରାଗରେ ଫେରିଯାଉଛନ୍ତି। ଏହି ସମୟରେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧି କାରଣ ପଚାରିବାରୁ ସେ କହୁଛନ୍ତି ଯେ, ସଂସଦ ସଦସ୍ୟଙ୍କ ପାଇଁ ବି ଏମାନେ ଚୌକି ରଖିନାହାନ୍ତି। ମୁଁ ଏହାର ଅଭିଯୋଗ ବିନୟ କୁମାର ସକ୍‌ସେନାଙ୍କୁ କରିବି। ତାଙ୍କର ଏହି ଭିଡିଓ ଏବେ ଖୁବ ଭାଇରାଲ ହେଉଥିବା ଦେଖାଯାଉଛି।

ତେବେ ଦିଲ୍ଲୀର ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇବାରେ ୬୪ ବର୍ଷିୟ ସାକ୍‌ସେନା ହେଉଛନ୍ତି ପ୍ରଥମ ଅଣ-ଅମଲା ଏବଂ ଅଣ-ପ୍ରତିରକ୍ଷା ପୃଷ୍ଠଭୂମି ଥିବା ବ୍ୟକ୍ତି। ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ଖଦୀ ଓ ଗ୍ରାମୀଣ ଶିଳ୍ପ କମିସନ୍‌ରେ ୬ ବର୍ଷ ଧରି ଅଧ୍ୟକ୍ଷ ଥିଲେ। ତାହା ପୂର୍ବରୁ ସାକ୍‌ସେନା ଏକ ଘରୋଇ ଉଦ୍ୟୋଗରେ ୩ ଦଶନ୍ଧି ଧରି କାର୍ଯ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe