ବିଦେଶ ସଚିବ ଭାବେ ଦାୟିତ୍ବ ନେଲେ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା

ବିଦେଶ ସଚିବ ଭାବେ ଦାୟିତ୍ବ ନେଲେ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା

Rajya Sabha TV

ନୂଆଦିଲ୍ଲୀ : ବରି‌ଷ୍ଠ କୂଟନୀତିଜ୍ଞ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗ୍‌ଲା ଭାରତର ବିଦେଶ ସଚିବ ଭାବେ ଆଜି ଦାୟିତ୍ବ ନେଇଛନ୍ତି। ୧୯୮୪ ବ୍ୟାଚ୍‌ ଆଇଏଫଏସ ଅଫିସର ଶ୍ରୀଙ୍ଗଳା ବିଜୟ ଗୋଖେଲଙ୍କ ସ୍ଥାନରେ ବିଦେଶ ସଚିବ ହୋ‌ଇଛନ୍ତି। ଗୋଖେଲ ଗତକାଲି ବିଦେଶ ସଚିବ ପଦରୁ ଅବସର ନେବାପରେ ଶ୍ରୀଙ୍ଗ୍‌ଲା ଆଜି ନୂ୍ଆ ଦାୟିତ୍ବ ଗ୍ରହଣ କରିଛନ୍ତି। ଭାରତର ସହଯୋଗୀ ରାଷ୍ଟ୍ରମାନଙ୍କ ସହ ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କାମ କରିବେ ବୋଲି ସେ କହିଛନ୍ତି। ଶ୍ରୀଙ୍ଗ୍‌ଲାଙ୍କୁ ସ୍ବାଗତ ଜଣାଇ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, ନୂଆ ବିଦେଶ ସଚିବ ତାଙ୍କ ବ୍ୟକ୍ତିତ୍ବ ଏବଂ ବିଶାଳ ଅଭିଜ୍ଞତା ସହ ‘ଟିମ୍‌ ଏମ୍‌ଇଏ’କୁ ନୂଆ ସୋପାନରେ ପହଞ୍ଚାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe