ନୂଆଦିଲ୍ଲୀ: ପ୍ରୟାଗରାଜର ମହାକୁମ୍ଭ ମେଳାରେ ସାମିଲ ହୋଇଥିବା ସ୍ବାଧୀ ହର୍ଷା ରିଚ୍ଛାରିଆ ବିଭିନ୍ନ କାରଣରୁ ଲୋକଙ୍କ ଦ୍ବାରା ଟ୍ରୋଲର ଶିକାର ହେଉଛନ୍ତି। ଯେମିତି କି ଲୋକେ ତାଙ୍କ ଆଖି, କେଶକୁ ନେଇ ମଜାକ ଉଡ଼ାଇଛନ୍ତି।

Advertisment

ଥାନା ପରିସରରେ କାନ୍ଦିକାନ୍ଦି ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି ଇନ୍ସପେକ୍ଟର

ଟ୍ରୋଲର ଶିକାର ହେବାପରେ ହର୍ଷା ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ଲୋକଙ୍କ କାମ ତ କହିବା। କିନ୍ତୁ ସମୟ ସମୟରେ ଲୋକଙ୍କ କଥା ଆତ୍ମାକୁ ବାଧିଥାଏ। ତଥାପି ଆଗକୁ ବଢ଼ିବାକୁ ହୋଇଥାଏ। ଜୀବନରେ ଏମିତି ଅନେକ ସମୟ ଆସିଥାଏ ଯେଉଁ ସମୟରେ ଏକା ରହିବାକୁ ଇଚ୍ଛା ହୋଇଥା୍ଏ। ମୋ ଜୀବନରେ ବି ଏମିତି ସମୟ ଆସିଥିଲା। ଜାଣିନି କେମିତି କିନ୍ତୁ ଧୀରେଧୀରେ ସାଧାରଣ ଜୀବନ ଠାରୁ ମୁଁ ଦୂରେଇଯାଇ ସନାତନ ତପ ଅଭିମୁଖେ ଅଗ୍ରସର ହୋଇଥିଲି। ଏହି ଜୀବନରେ ଅନେକ ଶାନ୍ତି ଅଛି।

ଲୋକେ ମୋତେ ସ୍ବାଧୀ ବୋଲି କହୁଛନ୍ତି। ମୁଁ ସ୍ପଷ୍ଟ କରି ଦେବାକୁ ଚାହିଁବି କି  ଏଯାଏଁ ସ୍ବାଧୀ ହୋଇନାହିଁ। ଲୋକେ ଅଯଥାରେ ମୋତେ ଟ୍ରୋଲ କରୁଛନ୍ତି। ଏଣିକି ତ ଲୋକେ ମୋ ଗୁରୁଙ୍କୁ ଟାର୍ଗେଟ କଲେଣି। ତେଣୁ ମୁଁ ଆଗାମୀ ୩ଦିନ ମଧ୍ୟରେ ମହାକୁମ୍ଭରୁ ଉତ୍ତରାଖଣ୍ଡ ଯାଉଛି। କାରଣ ଏବେ କଥା ମୋ ଗୁରୁ ପର୍ଯ୍ୟନ୍ତ ଚା୍ଲି ଆସିଛି। ମୁଁ ମୋର ଗୁରୁଙ୍କ ଅସମ୍ମାନ ସହ୍ୟ କରି ପାରିବି ନାହିଁ।’

ଛୁରୀ ଆଉ ଟିକେ ଗଭୀରକୁ ଯାଇଥିଲେ ପକ୍ଷାଘାତ ହୋଇଯାଇଥାନ୍ତା: ସୈଫଙ୍କ ଡାକ୍ତର