ମା’ଙ୍କ ମୃତ୍ୟୁ ପରେ ଚକ୍ଷୁଦାନ କଲେ ହର୍ଷବର୍ଦ୍ଧନ

ମା’ଙ୍କ ମୃତ୍ୟୁ ପରେ ଚକ୍ଷୁଦାନ କଲେ ହର୍ଷବର୍ଦ୍ଧନ

India Today

‌ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ମା’ଙ୍କର ଆଜି ପରଲୋକ ଘଟିଛି। ମା’ଙ୍କ ମୃତ୍ୟୁ ପରେ ହର୍ଷବର୍ଦ୍ଧନ ତାଙ୍କର ଚକ୍ଷୁଦାନ କରିଥିବା ଏକ ଟ୍ବିଟ୍‌ କରି ଜଣାଇଛନ୍ତି। ହର୍ଷବର୍ଦ୍ଧନ କହିଛନ୍ତି, ତାଙ୍କ ମା’ଙ୍କର ମୃତ୍ୟୁ ପରେ ଚକ୍ଷୁଦାନ କରିବାର ଇଚ୍ଛା ଥିଲା। ତାଙ୍କ ଇଚ୍ଛା ଅନୁଯାୟୀ ଆଜି ତାଙ୍କ ମୃତ୍ୟୁ ପରେ ତୁରନ୍ତ ଚକ୍ଷୁଦାନ କରାଯାଇଛି। ମୃତ୍ୟୁବେଳକୁ ହର୍ଷବର୍ଦ୍ଧନଙ୍କ ମା’ଙ୍କ ବୟସ ୮୯ ବର୍ଷ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଥିବା ପ୍ରକାଶ। ହର୍ଷବର୍ଦ୍ଧନ କହିଛନ୍ତି, ମୋ ପାଇଁ ମୋ ମା’ ଥିଲେ ବଡ଼ ଆଦର୍ଶ, ମାର୍ଗଦର୍ଶକ। ତାଙ୍କ ମା’ ପୃଥିବୀରେ ତାଙ୍କ ପାଇଁ ସବୁଠୁ ନିଜର ବ୍ୟକ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe