ପ୍ରଥମ ଦିନରେ ଅଫିସ୍‌କୁ ସାଇକେଲରେ ଗଲେ ହର୍ଷ ବର୍ଦ୍ଧନ

Advertisment
ପ୍ରଥମ ଦିନରେ ଅଫିସ୍‌କୁ ସାଇକେଲରେ ଗଲେ ହର୍ଷ ବର୍ଦ୍ଧନ

The Quint

ନୂ୍ଆଦିଲ୍ଲୀ: ଡ. ହର୍ଷ ବର୍ଦ୍ଧନ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଲଗାତାର ଦ୍ବିତୀୟ ଥର ପାଇଁ ମୋଦୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ହର୍ଷ ବର୍ଦ୍ଧନ ଆଜି ସକାଳେ ସାଇକେଲ୍‌ ଯୋଗେ ଦିଲ୍ଲୀ ସ୍ଥିତ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟରେ ଯାଇ ପହଞ୍ଚିଥିଲେ। ମନ୍ତ୍ରାଳୟରେ ସ୍ବା‌ସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ନେବାପରେ ହର୍ଷ ବର୍ଦ୍ଧନ ପ୍ରଥମେ ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଆଜି ‘ବିଶ୍ବ ବାଇସାଇକେଲ୍‌ ଦିବସ’ ଅବସରରେ ହର୍ଷ ବର୍ଦ୍ଧନ ସାଇକେଲ୍‌ ଚଲାଇ କାର୍ଯ୍ୟ ଆରମ୍ଭ କରିବାକୁ ଯାଇଥିଲେ। ସାଇକେଲ୍‌ ଚଲାଇବା ତାଙ୍କର ଖୁବ୍‌ ପ୍ରିୟ ବୋଲି ସେ ଆଜି ଟ୍ବିଟ୍‌ ମାଧ୍ୟମରେ କହିଛନ୍ତି। ଉଲ୍ଲେଖଯୋଗ୍ୟ ହର୍ଷ ବର୍ଦ୍ଧନ ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳରେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ବିଜ୍ଞାନ ଏବଂ କାରିଗରୀ କୌଶଳ ଏବଂ ପରିବେଶ ବିଜ୍ଞାନ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ତୁଲାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe