ହର୍ଷ ବର୍ଦ୍ଧନ ଶ୍ରିଙ୍ଗଲା ନୂଆ ବି‌ଦେଶ ସଚିବ

Advertisment
ହର୍ଷ ବର୍ଦ୍ଧନ ଶ୍ରିଙ୍ଗଲା ନୂଆ ବି‌ଦେଶ ସଚିବ

NewsX

ନୂଆଦିଲ୍ଲୀ: ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ କୂଟନୀତିଜ୍ଞ ହର୍ଷ ବର୍ଦ୍ଧନ ଶ୍ରିଙ୍ଗଲା ଦେଶର ପରବର୍ତ୍ତୀ ବିଦେଶ ସଚିବ ନିଯୁକ୍ତ ହୋଇଛନ୍ତି। ୧୮୮୪ ବ୍ୟାଚ୍‌ର ଆଇଏଫଏସ୍‌ ଅଫିସର ଶ୍ରିଙ୍ଗଲା ୨୦୨୦ ସାଧାରଣତନ୍ତ୍ର ଦିବସ ପରେ ତାଙ୍କ ନୂଆ ଦାୟିତ୍ବ ଗ୍ରହଣ କରିବେ। ବର୍ତ୍ତମାନର ବିଦେଶ ସଚିବ ବିଜୟ ଗୋଖଲେଙ୍କଠାରୁ ଶ୍ରିଙ୍ଗଲା ଆସନ୍ତାବର୍ଷ ଜାନୁଆରି ୨୯ ତାରିଖରେ ବିଦେଶ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ୩୪ ବର୍ଷର କୂଟନୈତିକ କ୍ୟାରିୟରରେ ଶ୍ରୀଙ୍ଗଲା ଉଭୟ ନୂଆଦିଲ୍ଲୀ ଏବଂ ବିଦେଶରେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଛନ୍ତି। ବିଭିନ୍ନ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ସେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe