ସଂସଦରେ ‘ପପ୍ପି ଝପ୍ପି’ ଚଳିବନି: ହର୍‌ସିମ୍ରତ୍‌ କୌର

Advertisment
ସଂସଦରେ ‘ପପ୍ପି ଝପ୍ପି’ ଚଳିବନି: ହର୍‌ସିମ୍ରତ୍‌ କୌର

ନୂଆଦିଲ୍ଲୀ: ଗୃହ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆଚରଣକୁ ନାପସନ୍ଦ କରିଛନ୍ତି ଅକଳୀ ଦଳ ନେତ୍ରୀ ତଥା କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ହର୍‌ସିମ୍ରତ୍‌ କୌର ବାଦଲ। ସେ କହିଛନ୍ତି, ଗୃହ ମଧ୍ୟରେ ଅଧିକ ସମୟ କହିବାକୁ ସୁଯୋଗ ଦେଲେ ଭୂକମ୍ପ ଆଣିବେ ବୋଲି ରାହୁଲ ଏକଦା କହିଥିଲେ। ତାଙ୍କୁ ଏଥିପାଇଁ ଆଜି ସୁଯୋଗ ମିଳିଥିଲା। କିନ୍ତୁ ସତରେ ସେ ଆଜି ଭୂକମ୍ପ ଆଣିଛନ୍ତି। କୌଣସି ପ୍ରସଙ୍ଗକୁ ନୁହେଁ, ବରଂ ସମସ୍ତଙ୍କୁ ହସାଇ ହସାଇ ବେଦମ୍‌ କରି ସେ ଭୂକମ୍ପ ସୃଷ୍ଟି କରିଛନ୍ତି। ଏହି ଘଟଣାକୁ ମନେ ପକାଇ ଦେଶର ଜନତା ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ହସିବେ। ସେ ଆହୁରି କହିଛନ୍ତି, ରାହୁଲଙ୍କ କଥା ଓ କାର୍ଯ୍ୟକଳାପ ଆଜି ଡ୍ରାମା ଭଳି ଲାଗିଥିଲା। ଅନ୍ୟପକ୍ଷରେ ରାହୁଲ ଗୃହ ମଧ୍ୟରେ ଭାଷଣ ଦେଉଥିବା ବେଳେ ମୁଁ ତାଙ୍କୁ ଚାହି ହସିଥିଲି। କିନ୍ତୁ ସେ ଏହାକୁ ଭିନ୍ନ ଭାବେ ଗ୍ରହଣ କରିଥିଲେ। ମୁଁ ପ୍ରକୃତରେ ତାଙ୍କୁ ପଚାରିବାକୁ ଚାହୁଥିଲି ସେ ଆଜି କେଉଁ ନିଶା ଖାଇକରି ଆସିଥିଲେ ବୋଲି। ସେମାନେ ଆମ ପଞ୍ଜାବୀଙ୍କୁ ନିଶାଗ୍ରସ୍ତ ବୋଲି କହିଥାନ୍ତି। ତେଣୁ ମୁଁ ଆଜି ତାଙ୍କ ଆଡ଼େ ହସି ଏହି କଥା ପଚାରିବାକୁ ଚାହିଥିଲି। କିନ୍ତୁ ସେ ଏହାକୁ ବୁଝିପାରି ନ ଥିଲେ। ସଂସଦରେ ‘ପପ୍ପି ଝପ୍ପି’ ଚଳିବ ନାହିଁ ବୋଲି ମନ୍ତ୍ରୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe