ହରିୟାଣା ବିଜେପି-ଜେଜେପି ସରକାରକୁ ଝଟ୍‌କା: ୭୫% ସ୍ଥାନୀୟ କୋଟା ଉପରେ ହାଇକୋର୍ଟଙ୍କ ରହିତାଦେଶ

ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ରାୟଗଡ଼ା ଜିଲ୍ଲା

Times of India

ଚଣ୍ଡୀଗଡ଼: ହରିୟାଣାର ବିଜେପି-ଜେଜେପି ସରକାରକୁ ବଡ଼ ଝଟକା ଲାଗିଛି। କାରଣ ରାଜ୍ୟର ସମସ୍ତ ଘରୋଇ ଚାକିରିରେ ରାଜ୍ୟର ଯୁବକଯୁବତୀମାନଙ୍କୁ ୭୫ ପ୍ରତିଶତ କୋଟା ଦେବା ଲାଗି ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସେଥିରେ ରୋକ ଲାଗାଇଛନ୍ତି। ସୂଚନା ଅନୁସାରେ, ହରିୟାଣା ଷ୍ଟେଟ୍ ଏମ୍ପ୍ଲୟମେଣ୍ଟ ଅଫ୍ ଲୋକାଲ କ୍ୟାଣ୍ଡିଡେଟ୍‌ସ ଆକ୍ଟ- ୨୦୨୦, ୧୦ରୁ ଅଧିକ କର୍ମଚାରୀ ଥିବା ରାଜ୍ୟର ଶିଳ୍ପଗୁଡ଼ିକ ଲାଗି ପ୍ରଯୁଜ୍ୟ ଥିଲା। ପ୍ରଥମେ ୫୦ ହଜାର ଟଙ୍କା ମାସିକ ଦରମା ବା ମଜୁରୀ ବିଶିଷ୍ଟ ଚାକିରି କ୍ଷେତ୍ରରେ ଏହି ନିୟମ ପ୍ରଯୁଜ୍ୟ ବୋଲି ନିୟମ ଥିବା ବେଳେ ପରେ ସରକାର ଏହାକୁ ୩୦ ହଜାରକୁ କମାଇ ଦେଇଥିଲେ। ଏହି ଆଇନକୁ ବିରୋଧ କରି ହାଇକୋର୍ଟରେ ଅନେକ ପିଟିସନ ପଡ଼ିବା ପରେ ଜଷ୍ଟିସ୍ ଅଜୟ ତିୱାରୀଙ୍କ ନେତୃତ୍ବାଧୀନ ବେଞ୍ଚ ଏହାର ଶୁଣାଣି କରିଛନ୍ତି। ଆଇନରେ ଅଛି ଯେଉଁ ଶିଳ୍ପାନୁଷ୍ଠାନ ତାଙ୍କ ସଂସ୍ଥାରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ନିଯୁକ୍ତି ନ ଦେବ, ତା’ ଉପରେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯିବ। ଏକ ପିଟିସନରେ ଗୁରଗାଓଁ ଶିଳ୍ପ ସଂଘ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ, ଏହି ଆଇନ ଆମ ସମ୍ବିଧାନରେ ଥିବା ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି। ଏଥି ସହ ଏଭଳି ଆଇନ ମେଧାକୁ ସମ୍ମାନ ଦେଉନାହିଁ। ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି (ଜେଜେପି)ର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ନିମନ୍ତେ ଏହି ଆଇନ ପ୍ରଣୟନ କରାଯାଇଛି, ଯାହା ଜାନୁଆରି ୧୫ରୁ କାର୍ଯ୍ୟକାରୀ ବି ହୋଇଛି। କିନ୍ତୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବର୍ତ୍ତମାନ ଏହି ଆଇନର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିଛନ୍ତି।
ଗୁଜରାଟରେ ଆଦିବାସୀ ଛାତ୍ରୀକୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe