Image Courtesy of Hindustan Times
ନୂଆଦିଲ୍ଲୀ: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟାର ତାଙ୍କ ନମୁନା କୋଭିଡ୍-୧୯ ପଜିଟିଭ୍ ହୋଇଥିବା କଥା ସୋମବାର ଦିନ ପ୍ରକାଶ କରିଛନ୍ତି । ଏଥିସହ ସେ ଅନୁରୋଧ କରିଛନ୍ତି ଯେ, ଯେଉଁ ବ୍ୟକ୍ତିବିଶେଷ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ତୁରନ୍ତ ଏକାନ୍ତବାସରେ ରୁହନ୍ତୁ।
ଟୁଇଟର୍ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଆଜି ମୁଁ କରୋନାଭାଇରସ୍ ଟେଷ୍ଟ୍ କରାଇଥିଲି। ମୋ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ସମସ୍ତ ସହକର୍ମୀ ଓ ସହଯୋଗୀଙ୍କୁ ଅନୁରୋଧ କରେ କି, ଗତ ଏକ ସପ୍ତାହ ପୂର୍ବରୁ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ପରୀକ୍ଷା କରାଇ ନିଅନ୍ତୁ। ମୋ ନିବିଡ଼ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଅନୁରୋଧ ସେମାନେ ତୁରନ୍ତ ନିଷ୍ଠାପର ଭାବେ କ୍ବାରେଣ୍ଟିନ୍ରେ ରୁହନ୍ତୁ।
ଆଜି ସକାଳେ ମଧ୍ୟ ହରିୟାଣା ବିଧାନସଭାର ବାଚସ୍ପତି ଜ୍ଞାନଚାନ୍ଦ ଗୁପ୍ତ ଏବଂ ଅନ୍ୟ ଦୁଇଜଣ ବିଜେପି ବିଧାୟକ କରୋନାଭାଇରସ୍ ପଜିଟିଭ୍ ଟେଷ୍ଟ୍ ହୋଇଥିଲେ। ବିଧାନସଭାର ଛଅଜଣ କର୍ମଚାରୀ ମଧ୍ୟ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି।
Follow Us