Yahoo News India
ଚଣ୍ଡିଗଡ଼: ଗତ ଶନିବାର କରୋନା ଭାଇରସ୍କୁ ନେଇ କେନ୍ଦ୍ର ସରକାର ଜାରି କରିଥିବା ‘ଅନଲକ୍-୪’ ଗାଇଡଲାଇନରେ କଣ୍ଟେଣ୍ଟମେଣ୍ଟ ଜୋନ୍ ବାହାରେ ରାଜ୍ୟ ସରକାର ଲକ୍ଡାଉନ୍ ଘୋଷଣା କରି ପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ। ପୂର୍ବରୁ ଏହି କ୍ଷମତା କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଦେଇଥିଲେ । ମାତ୍ର ଏହାକୁ ଅନଲକ-୪ରେ ପ୍ରତ୍ୟାହାର କରି ନିଆଯାଇଛି।
କୌଣସି ରାଜ୍ୟ ସରକାର କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ସରକାର ରାଜ୍ୟ, ଜିଲ୍ଲା ଓ ସବ୍ଡିଭିଜନ୍, ସହର ଓ ଗ୍ରାମାଞ୍ଚଳରେ କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ଲକ୍ଡାଉନ୍ ଘୋଷଣା କରିବେ ନାହିଁ। ଏହାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ପୂର୍ବରୁ କରିଥିବା ତାଙ୍କର ସୋମବାର ଏବଂ ମଙ୍ଗଳବାର ଲକ୍ଡାଉନ୍ ଆଦେଶକୁ ପ୍ରତ୍ୟାହାର କରି ନେଇଥିବା ରବିବାର ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ ଟୁଇଟ୍ କରି କହିଛନ୍ତି।
https://www.ndtv.com/india-newsହରିୟାଣାରେ ସପ୍ତାହର ଆରମ୍ଭ ଦୁଇଦିନ ସୋମବାର ଓ ମଙ୍ଗଳବାର ଲକ୍ଡାଉନ ରହିବ ବୋଲି ଅଗଷ୍ଟ ୨୮ ତାରିଖରେ ରାଜ୍ୟ ସରକାର ଘୋଷଣା କରିଥିଲେ। ତେବେ ସପ୍ତାହରେ ଶନିବାର ଓ ରବିବାର ଦୁଇଦିନ ଅଧିକ ବ୍ୟବସାୟ ହେଉଥିବାରୁ ଏହି ଦୁଇଦିନ ଲକ୍ଡାଉନ୍ ନକରାଯାଉ ବୋଲି ବ୍ୟବସାୟୀମାନେ ଦାବୀ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଲକ୍ଡାଉନ୍ ଶନିବାର ଓ ରବିବାର ପରିବର୍ତ୍ତେ ସୋମବାର ଓ ମଙ୍ଗଳବାର ହେବ ବୋଲି ଘୋଷଣା କରିଥିଲେ। ତେବେ କେନ୍ଦ୍ରସରକାରଙ୍କ ଅନ୍ଲକ୍-୪ ଗାଇଡଲାଇନ୍ ଅନୁଯାୟୀ ଏହି ଘୋଷଣାକୁ ପ୍ରତ୍ୟାହାର କରି ନେଇଛନ୍ତି ହରିୟାଣା ସରକାର।
Follow Us