(Representational Image/ Photo Credits: Getty)
ପଞ୍ଚକୁଲା: ହରିଆଣାର ପଞ୍ଚକୁଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଡେଲିଭରି ବ୍ୟକ୍ତି ମ୍ୟାନ୍ହୋଲ୍ରେ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବ୍ୟକ୍ତିଙ୍କ ଘର ନିକଟରେ ଥିବା ହରିଆଣା ସହରୀ ବିକାଶ ପରିଷଦ(ଏଚ୍ଏସ୍ଭିପି) ଜଳ ଯୋଗାଣ ମ୍ୟାନ୍ହୋଲ୍ରୁ ବ୍ୟକ୍ତି ଜଣକ ମିଳିଛନ୍ତି। ସଫେଇ କର୍ମୀମାନେ ତାଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ବୋଲି ସୂଚନା ରହିଛି।
ସୂଚନା ରହିଛି ଯେ ବ୍ୟକ୍ତି ଜଣକ ହେଉଛନ୍ତି ତରସେମ ଗୁପ୍ତା। ପଞ୍ଚକୁଲାର ସେକ୍ଟର ୧୫-୧୬ ଡାଇଭିଂ ରୋଡ୍ରୁ ଗୁପ୍ତାଙ୍କୁ ଶନିବାର ଅପରାହ୍ନରେ ଉଦ୍ଧାର କରାଯାଇଛି। ଘରେ ତାଙ୍କର ଦୁଇ ପୁତ୍ର ଓ ପତ୍ନୀ ଅଛନ୍ତି।
ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ତରସେମ ନେଇ କରି ଯାଉଥିବା ପାମ୍ପଲେଟ୍ ମଧ୍ୟ ମ୍ୟାନ୍ହୋଲ୍ ନିକଟରେ ପଡ଼ିଛି। ପୁଲିସ୍ ତଦନ୍ତ କରି ଜାଣିିବାକୁ ପାଇଛି ଯେ ସଂଧ୍ୟା ୭.୩୦ ସମୟରେ ବ୍ୟକ୍ତି ଜଣକ ନିଜ ଘରୁ ବାହାରକୁ ବାହାରିଥିଲେ। ଦୁର୍ଘଟଣାର ଶିକାର ହୋଇ ବ୍ୟକ୍ତି ଜଣକ ମ୍ୟାନ୍ହୋଲ୍କୁ ଖସି ପଡ଼ିଥିଲେ ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।
  
 Follow Us