ପ୍ରତ୍ୟେକ୍ଷ ଭାବେ କରୋନାଭାଇରସ୍ ଆକ୍ରାନ୍ତଙ୍କୁ ସ୍ବାସ୍ଥ୍ୟ ସେବା ଦେଉଥିବା ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ବେତନ ଦୁଇଗୁଣ କଲା ହରିୟାଣା

Advertisment
ପ୍ରତ୍ୟେକ୍ଷ ଭାବେ କରୋନାଭାଇରସ୍ ଆକ୍ରାନ୍ତଙ୍କୁ ସ୍ବାସ୍ଥ୍ୟ ସେବା ଦେଉଥିବା ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ବେତନ ଦୁଇଗୁଣ କଲା ହରିୟାଣା

Image Source: India Today

ଚଣ୍ଡିଗଡ଼: ଗୁରୁବାର ଦିନ ହରିୟାଣା ସରକାର କୋଭିଡ୍-୧୯ ଆକ୍ରାନ୍ତମାନଙ୍କର ଚିକିତ୍ସାରେ ଏବଂ ସେ ସଂକ୍ରାନ୍ତ କାର୍ଯ୍ୟକଳାପରେ ଜଡ଼ିତ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କର ବେତନ ଦୁଇଗୁଣ କରି ଦେଇଛନ୍ତି।

ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାର ଘୋଷଣା କରିଛନ୍ତି ଯେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଡାକ୍ତର ତଥା ପାରାମେଡିକାଲ୍ କର୍ମଚାରୀଙ୍କ ପାଇଁ ଏହି ସୁବିଧା ଲାଗୁ ହେବ।

କେବଳ କରୋନାଭାଇରସ୍ ବିରୋଧରେ ପ୍ରତ୍ୟେକ୍ଷ ଭାବେ ଲଢ଼େଇ କରୁଥିବା ସ୍ବାସ୍ଥ୍ୟ କର୍ମଚାରୀମାନେ ହିଁ ଏହି ବର୍ଦ୍ଧିତ ବେତନ ପାଇବାକୁ ହକଦାର ବୋଲି ସେ କହିଛନ୍ତି।

publive-image Image Source: The Times of India

ଏହାଛଡ଼ା, ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ରୋକିବା ନିମନ୍ତେ ପ୍ରତ୍ୟକ୍ଷ ଭାବେ ଲଢ଼େଇରେ ନିୟୋଜିତ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ହେଲେ ତାଙ୍କ ପରିବାର ୩୦ ଲକ୍ଷ ଟଙ୍କା ପାଇବେ ବୋଲି ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି।

ହରିୟାଣାର ପୁଲିସ ମହାନିର୍ଦେଶକ ମନୋଜ ଯାଦବ କହିଛନ୍ତି ଯେ କରୋନାଭାଇରସ୍ ସଂକ୍ରମଣ ପ୍ରତିହତ କରିବାରେ, ବିଶେଷତଃ ଲକଡାଉନ ଜାରି କରାଇବାରେ ପୁଲିସ କର୍ମଚାରୀମାନେ ସକ୍ରିୟ ଭୂମିକା ନିର୍ବାହ କରୁଛନ୍ତି। ସେ କହିଛନ୍ତି ଯେ ଏହି ଲଢ଼େଇରେ ଶତ୍ରୁର ଅତି ନିକଟରେ ଅଛନ୍ତି ଆମର ଅଧିକାରୀ ଓ ଯବାନମାନେ। ଏହି ରୋଗ ବିରୋଧରେ ଲଢ଼ିବା ନିମନ୍ତେ ସେମାନେ ସିଧାସଳଖ ଜନତାଙ୍କ ସଂସ୍ପର୍ଶରେ ଆସୁଛନ୍ତି। କ୍ବାରେଣ୍ଟିନରେ ଥିବା ଅନେକ କୋଭିଡ୍-୧୯ ରୋଗୀଙ୍କର ମଧ୍ୟ ସେମାନେ ତତ୍ତ୍ବ ନେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe