୮୭ ବର୍ଷରେ ମାଟ୍ରିକ୍‌ ପାସ୍‌ କଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ.ପି. ଚୌତାଲା; ଟୁଇଟ୍‌ କରି ଉତ୍ସାହିତ କଲେ ‘ଦଶ୍‌ୱି’ର ଅଭିନେତା ଅଭିଷେକ ବଚ୍ଚନ

Advertisment
୮୭ ବର୍ଷରେ ମାଟ୍ରିକ୍‌ ପାସ୍‌ କଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ.ପି. ଚୌତାଲା; ଟୁଇଟ୍‌ କରି ଉତ୍ସାହିତ କଲେ ‘ଦଶ୍‌ୱି’ର ଅଭିନେତା ଅଭିଷେକ ବଚ୍ଚନ

Image Courtesy of India Today

ଚଣ୍ଡୀଗଡ଼: ପ୍ରଖ୍ୟାତ ରାଜନେତା ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌତାଲା ୮୭ ବର୍ଷ ବୟସରେ ପ୍ରଥମ ଶ୍ରେଣୀରେ ୧୦ମ ଓ ୧୨ଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମଙ୍ଗଳବାର ସକାଳେ ରାଜ୍ୟ ଶିକ୍ଷା ବିଭାଗ ତାଙ୍କୁ ‘ମାର୍କସିଟ୍‌’ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ସୋମବାର ଦିନ ବୀର ଶିରୋମଣି ମହାରାଣା ପ୍ରତାପଙ୍କ ୪୨୮ତମ ଜୟନ୍ତୀରେ ‘ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଲୋକ୍‌ ଦଲ୍‌’ ମୁଖ୍ୟ ଓମ୍‌ପ୍ରକାଶ ଚୌତାଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ‌େ ଉତ୍ସବସ୍ଥଳରେ ପହଞ୍ଚିବା କ୍ଷଣି ଶିକ୍ଷା ବ‌ୋର୍ଡର ଅଧିକାରୀମାନେ ତାଙ୍କୁ ପରୀକ୍ଷା ଫଳାଫଳ ପ୍ରଦାନ କରିଥିଲେ।

୨୦୧୯ରେ ଓମ୍‌ପ୍ରକାଶ ଚୌତାଲା ୧୦ଶ୍ରେଣୀ ପରୀକ୍ଷା ଦେଇଥିଲେ କିନ୍ତୁ, ଇଂରାଜୀ ପରୀକ୍ଷା ଦେଇ ପାରି ନ ଥିଲେ। ଏଥିଯୋଗୁଁ ‘ହରିୟାଣା ସ୍କୁଲ୍‌ ଏଡୁକେସନ୍‌ ବୋର୍ଡ’ ତାଙ୍କ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ମଧ୍ୟ ସ୍ଥଗିତ ରଖିଥିଲେ। ଶେଷରେ ଗତ ଅଗଷ୍ଟ ମାସରେ ସେ ଇଂରାଜୀ ପରୀକ୍ଷା ଦେଇ ୮୮% ନମ୍ବର ରଖିଲେ।

publive-image Image Courtesy of bharat times news

ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌତାଲାଙ୍କର ଏହି କୃତ୍ବିତ୍ବଦ୍ବାରା ‘ଦଶୱି’ ଶୀର୍ଷକ ହିନ୍ଦୀ ଚଳଚ୍ଚିତ୍ର ଉଦ୍‌ବୁଦ୍ଧ। ଚାକିରି ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ତିହାର ଜେଲ୍‌ରେ ସଜା ଭୋଗୁଥିବା ବେଳେ ଚୌତାଲା ୧୦ମ ପରୀକ୍ଷା ଦେବା ଉପରେ ‘ଦଶ୍‌ୱି’ ଚଳଚ୍ଚିତ୍ର ପର୍ଯ୍ୟବେଶିତ। ଏଥିରେ ଅଭିଷେକ ବଚ୍ଚନ ଓ ନିମ୍‌ରତ୍‌ କ‌ୌର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।

ଟୁଇଟ୍‌ କରି ବଚ୍ଚନ ଓ କୌର୍‌ ଚୌତାଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିଷେକ ଲେଖିଛନ୍ତି: ବଧାଇ ଦଶ୍‌ୱି। ନିମ୍‌ରତ୍‌ ଲେଖିଛନ୍ତି: ଅତି ଚମତ୍କାର। ବାସ୍ତବରେ ବୟସ ଗୋଟିଏ ଯୋଡ଼ିଏ ସଂଖ୍ୟା ମାତ୍ର।

୮୭ ବର୍ଷ ବୟସରେ ବି ଚୌତାଲାଙ୍କ ମନରେ ଉଚ୍ଛ୍ବାସ ଅତୁଟ ଅଛି। ତାଙ୍କ ବୟସର ଲୋକମାନେ ଅବସର ଜୀବନଯାପନ କରୁଥିବା ବେଳେ, ଚୌତାଲା ରାଜନୀତିରେ ସମ୍ପୂର୍ଣ୍ଣ ସକ୍ରିୟ ଅଛନ୍ତି। ଗତ ୨ ବର୍ଷ ମଧ୍ୟରେ ସେ ବହୁବାର ହରିୟାଣାର ସମସ୍ତ ଜିଲ୍ଲା ଗସ୍ତ କରିସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe