ପୁଣି ଥରେ ପାରୋଲରେ ବାହାରିଲେ ଦୁଷ୍କର୍ମ ଦୋଷୀ ବାବା ରାମ୍‌ ରହିମ୍‌

Advertisment

ହରିଆଣା ରୋହତକର ଶିର୍ଷା ଡେରା ମୁଖ୍ୟ ବାବା ରାମ ରହିମଙ୍କ ପ୍ରତି ସରକାର ପୁଣି ଥରେ ଦୟାଭାବ ପ୍ରଦର୍ଶନ କରିଛନ୍ତି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାମ୍‌ ରହିମ୍‌ଙ୍କୁ ହରିଆଣା ସରକାର ପୁଣି ୨୧ ଦିନର ପାରୋଲ୍‌ ପ୍ରଦାନ କରିଛନ୍ତି।

ହରିଆଣା ରୋହତକର ଶିର୍ଷା ଡେରା ମୁଖ୍ୟ ବାବା ରାମ ରହିମଙ୍କ ପ୍ରତି ସରକାର ପୁଣି ଥରେ ଦୟାଭାବ ପ୍ରଦର୍ଶନ କରିଛନ୍ତି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାମ୍‌ ରହିମ୍‌ଙ୍କୁ ହରିଆଣା ସରକାର ପୁଣି ୨୧ ଦିନର ପାରୋଲ୍‌ ପ୍ରଦାନ କରିଛନ୍ତି।

Ram rahim

ହରିଆଣା: ହରିଆଣା ରୋହତକର ଶିର୍ଷା ଡେରା ମୁଖ୍ୟ ବାବା ରାମ ରହିମଙ୍କ ପ୍ରତି ସରକାର ପୁଣି ଥରେ ଦୟାଭାବ ପ୍ରଦର୍ଶନ କରିଛନ୍ତି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାମ୍‌ ରହିମ୍‌ଙ୍କୁ ହରିଆଣା ସରକାର ପୁଣି ୨୧ ଦିନର ପାରୋଲ୍‌ ପ୍ରଦାନ କରିଛନ୍ତି।

ଜେଲ୍‌ରୁ ରାମ୍‌ ରହିମ୍‌ଙ୍କୁ ନେବା ପାଇଁ ନତଜେ ହନିପ୍ରୀତ ଆସିିଥିଲେ। ଏଥର ପାରୋଲ୍‌ରେ ଯାଇ ରାମ୍‌ ରହିମ୍‌ ଡେରାରେ ରହିବେ ବୋଲି ସୂଚନା ରହିଛି। 

ଏଥରକୁ ମିଶାଇ ତ୍ରୟୋଦଶ ଥର ପାଇଁ ପରୋଲରେ ବାହାରକୁ ବାହାରିଲେଣି ବାବା ରାମ୍‌ ରହିମ୍‌। ପୂର୍ବରୁ ସେ ଦିଲ୍ଲୀ ନିର୍ବାଚନ ଆଗକୁ ୩୦ ଦିନିଆ ପାରୋଲ୍‌ରେ ବାହାରକୁ ଆସିଥିଲେ।

ଉଲ୍ଲେଖଯୋଗ୍ୟ,  ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍ ରାମ ରହିମ ସିଂହଙ୍କୁ ୨୦୧୭ ମସିହାରେ ତାଙ୍କର ଦୁଇ ଶିଷ୍ୟାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ଦଣ୍ଡ ଦିଆଯାଇଥିଲା। ସେ ୨୦ ବର୍ଷର ଜେଲ ଦଣ୍ଡ ଭୋଗୁଛନ୍ତି ଏବଂ ହରିଆଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରେ ବନ୍ଦୀ ଅଛନ୍ତି।

୨୦୧୯ ମସିହାରେ, ଡେରା ମୁଖ୍ୟ ଏବଂ ଅନ୍ୟ ତିନି ଜଣଙ୍କୁ ୧୬ ବର୍ଷ ତଳେ ଜଣେ ସାମ୍ବାଦିକଙ୍କ ହତ୍ୟା କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe