ନୂଆଦିଲ୍ଲୀ : ସାଧ୍ବୀ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ୍ଦଣ୍ଡ ଭୋଗୁଥିବା ରାମ ରହିମ କୃଷି କାର୍ଯ୍ୟ ପାଇଁ ୪୨ ଦିନ ପାରୋଲ୍ରେ ବାହାରିବା ପାଇଁ ଚାହୁଛନ୍ତି। ରାମ ରହିମଙ୍କ ପାରୋଲ୍କୁ ହରିୟାଣା ସରକାର ସମର୍ଥନ କରୁଥିବା ଜଣାପଡ଼ିଛି। ଏବେ ରୋହତକ୍ର ସୁନାରିଆ ଜେଲ୍ରେ ରାମ ରହିମ ସଜା କାଟୁଛନ୍ତି। ହରିୟାଣା ଜେଲ୍ ମନ୍ତ୍ରୀ କେୱଲ ପନୱର କହିଛନ୍ତି ରାମ ରହିମଙ୍କ ଆବେଦନକୁ ସିର୍ସା ଜିଲ୍ଲା ପ୍ରଶାସନଙ୍କ ନିକଟକୁ ପଠାଇ ଦିଆଯାଇଛି। ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କ୍ୟାବିନେଟ୍ ମନ୍ତ୍ରୀ ଅନିଲ ଭିଜ ଗଣମାଧ୍ୟମରେ ନିଜ ମନ୍ତବ୍ୟ ରଖି କହିଛନ୍ତି ଯେ ରାମ ରହିମ ଜେଲ୍ରେ ଉତ୍ତମ ବ୍ୟବହାର ଦେଖାଇ ଥିବାରୁ ପାରୋଲ୍ ତାଙ୍କର ଅଧିକାର। ହରିୟାଣାରେ ବିଜେପି ସରକାର ରାମ ରହିମଙ୍କ ପାରୋଲ୍କୁ ସମର୍ଥନ କରିବାକୁ ନେଇ ଏବେ ପ୍ରଶ୍ନ ଉଠିଛି। ପୂର୍ବରୁ ହାଇକୋର୍ଟ ମଧ୍ୟ ରାମ ରହିମଙ୍କ ପାରୋଲ୍କୁ ନାମଂଜୁର କରିଥିଲେ। ରାଜ୍ୟରେ ଆଇନ ଶୃ୍ଙ୍ଖଳା ସ୍ଥିତି ଉପୁଜିବ ବୋଲି ଦର୍ଶାଇ ତାଙ୍କୁ ପାରୋଲ୍ ଅନୁମତି ମିଳିନଥିଲା। କିନ୍ତୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର କହିଛନ୍ତି, କିଛି ନ୍ୟୟିକ ପଦ୍ଧତି ରହିଛି। ଏହି ପଦ୍ଧତି ଅନୁଯାୟୀ ଜଣେ ବ୍ୟକ୍ତିଙ୍କର ଯଦି ଜେଲ୍ରୁ ପାରୋଲ୍ରେ ବାହାରିବା ଅଧିକାର ଥାଏ ତେବେ ସେ ବାହରି ପାରିବେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us