ଏହି ରାଜ୍ୟ ଦେଲା ଅନୁମତି, ଦୁଇ ଘଣ୍ଟା ଫୁଟାଇହେବ ବାଣ

ଏହି ରାଜ୍ୟ ଦେଲା ଅନୁମତି, ଦୁଇ ଘଣ୍ଟା ଫୁଟାଇହେବ ବାଣ

photo-dw-reuters

ନୂଆଦିଲ୍ଲୀ: କରୋନା ଏବଂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଥର ଅନେକ ରାଜ୍ୟ ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି | ବାଣ ବିକ୍ରି ସହ ବାଣ ଫୁଟାଇବା ଉପରେ କଟକଣା ସହ ବାଣ ଦୋକାନ ଉପରେ ମଧ୍ୟ ଚଢ଼ାଉ କରାଯାଉଛି | ତେବେ ହରିୟାଣା ସରକାର ବର୍ତ୍ତମାନ ବାଣ ଫୁଟାଇବା ଉପରେ ନୂଆ ନିୟମ ଜାରି କରିଛନ୍ତି | ପୂର୍ବରୁ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଥିଲେ ବି ବର୍ତ୍ତମାନ ଆଂଶିକ କୋହଳ କରାଯାଇଛି | ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଆଜି ଘୋଷଣା କରିଛନ୍ତି ରାଜ୍ୟରେ ଦୁଇ ଘଣ୍ଟା ପାଇଁ ଲୋକଙ୍କୁ ବାଣ ଫୁଟାଇବାକୁ ଅନୁମତି ମିଳିବ |

ସେ କହିଛନ୍ତି ଯେ ନିଷେଧାଦେଶ ପୂର୍ବରୁ ଅଧିକାଂଶ ବାଣ ଦୋକାନୀ ବାଣ କିଣି ସାରିଛନ୍ତି | ଯଦି ହଠାତ ବାଣ ଫୁଟାଇବାକୁ ବ୍ୟାନ କରାଯାଏ ତେବେ ଅଧିକାଂଶ ବାଣ ଦୋକାନୀ କ୍ଷତି ସହିବେ | ତେଣୁ ବାଣ ଦୋକାନୀଙ୍କ ସ୍ୱାର୍ଥକୁ ନଜରରେ ରଖି ଲୋକଙ୍କୁ ଦୁଇ ଘଣ୍ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି ଦିଆଯିବ | ସୂଚନା ଥାଉ କି ଶୀତ ଋତୁରେ କରୋନା ମହାମାରୀ ଅଧିକ ବ୍ୟାପିବାର ଆଶଙ୍କା ରହିଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ସା‌ଧାରଣତଃ ଶୀତ ଦି‌ନରେ ବୟସ୍କ ବ୍ୟକ୍ତି, ପିଲା, ଅନ୍ୟ ରୋଗ ଥିବା ବ୍ୟକ୍ତିମାନଙ୍କର ଶ୍ବାସ ଜନିତ ସମସ୍ୟା ବୃଦ୍ଧି ହୋଇଥାଏ।

ପୁଣି ବାୟୁ ପ୍ରଦୂଷଣ ସାଙ୍ଗକୁ ବାୟୁମଣ୍ଡଳରେ ଭାସମାନ ଦ୍ରବ୍ୟ କଣିକାର ଅଧିକ ମିଶ୍ରଣ ଫଳରେ ଶ୍ବାସଜନିତ ସମସ୍ୟା ଗୁରୁତର ହୋଇଥାଏ। ଏହାକୁ ନଜରରେ ରଖି ବାଣ ଉପରେ କିଛି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଦିଲ୍ଲୀରେ ବାଣ ଫୁଟା‌ଇଲେ କିମ୍ବା ବିକିଲେ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଦିଲ୍ଲୀ ସରକାର ଘୋଷଣା କରିଥିଲେ | ଦିଲ୍ଲୀରେ ବାଣ ନିଷିଦ୍ଧ ଘୋଷଣା ନ‌ଭେମ୍ବର ୭ରୁ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିପରି ଓଡିଶା କଥା କହିବାକୁ ଗଲେ କୋଭିଡ୍‌ ପାଇଁ ରାଜ୍ୟରେ ବାଣ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କେହି ବାଣ ବିକ୍ରି କରିପାରିବେ ନାହିଁ କି ଫୁଟାଇ ପାରିବେ ନାହିଁ। ନଭେମ୍ବର ୧୦ରୁ ୩୦ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe