ହରିୟାଣା ଆଇଏନ୍‌ଏଲ୍‌ଡି ସଭାପତିଙ୍କୁ ଗୁଳିକରି ହତ୍ୟା

Advertisment
ହରିୟାଣା ଆଇଏନ୍‌ଏଲ୍‌ଡି ସଭାପତିଙ୍କୁ ଗୁଳିକରି ହତ୍ୟା

ବାହାଦୁରଗଡ଼: ଭାରତୀୟ ଜାତୀୟ ଲୋକଦଳ (ଆଇଏନ୍‌ଏଲ୍‌ଡି) ହରିୟାଣା ମୁଖ୍ୟ ନଫେ ସିଂହ ରାଠୀଙ୍କୁ ରବିବାର ବାହାଦୁରଗଡ଼ରେ ଗୁଳିକରି ହତ୍ୟା କରାଯାଇଛି। ଏହି ଗୁଳିକାଣ୍ଡରେ ଅନ୍ୟ ଜଣେ ଦଳୀୟ କର୍ମୀ ଜୟକିଶନଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଗୁଳିକାଣ୍ଡକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏକ ହୁଣ୍ଡାଇ ଆଇ-୧୦ରେ ଆସିଥିବା ଦୁର୍ବୃତ୍ତମାନେ ରାଠୀଙ୍କ କାର୍ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ କେତେକ ସୁରକ୍ଷାକର୍ମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଏବଂ ଏସ୍‌ଟିଏଫ୍ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ଝାଜ୍ଜର ଏସ୍‌ପି ଅର୍ପିତ ଜୈନ କହିଛନ୍ତି। ଗୁଳିମାଡ଼ରେ ଆହତ ହୋଇଥିବା ଲୋକଙ୍କୁ ବ୍ରହ୍ମଶକ୍ତି ସଞ୍ଜୀବନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe