Advertisment

ଯୁବକଙ୍କ ସମସ୍ୟାର ସମାଧାନ କରିବାରେ ଗୁଗଲ୍‌ ବିଫଳ ହେବାରୁ ପୂରା ଦିଲ୍ଲୀରେ ‘ଗୁଗଲ ଧୋକେବାଜ୍‌ ହୈ’ ଲେଖାଥିବା ପୋଷ୍ଟର ଲଗାଇଲେ ଯୁବକ

Advertisment
ଯୁବକଙ୍କ ସମସ୍ୟାର ସମାଧାନ କରିବାରେ ଗୁଗଲ୍‌ ବିଫଳ ହେବାରୁ ପୂରା ଦିଲ୍ଲୀରେ ‘ଗୁଗଲ ଧୋକେବାଜ୍‌ ହୈ’ ଲେଖାଥିବା ପୋଷ୍ଟର ଲଗାଇଲେ ଯୁବକ

oneindia.com

ନୂଆଦିଲ୍ଲୀ: ବେଳେ ବେଳେ ବଡ଼ ବଡ଼ କମ୍ପାନିମାନେ ନିଜ ନିଜର ଗ୍ରାହକମାନଙ୍କର ସମସ୍ୟା ସମାଧାନ କରିବାରେ ବିଫଳ ହୋଇଥାନ୍ତି । କିନ୍ତୁ କମ୍ପାନିର ଏପ୍ରକାରର ବିଫଳତାରେ ଜଣେ ଗ୍ରାହକ ହିସାବରେ ଏଭଳି କିଛି କରିବା ସମ୍ପୂର୍ଣ୍ଣ ନୂଆ। ହରିୟାଣାରେ ରହୁଥିବା ମନୁ ଅଗ୍ରଓ୍ଵାଲଙ୍କ ସମସ୍ୟାର ସମାଧାନ ଗୁଗଲ କରି ନ ପାରିବାରୁ ସେ ପୂରା ଦିଲ୍ଲୀରେ ପୋଷ୍ଟର ଲଗାଇ ଦେଇଥିଲେ । ପୋଷ୍ଟରରେ ‘ଗୁଗଲ ଧୋକେବାଜ୍‌ ହୈ, ଗୁଗଲ ପିକ୍ସେଲ ଫୋନ କିଣନ୍ତୁ ନାହିଁ’... ଭଳି କିଛି କଥା ପୋଷ୍ଟରରେ ଲେଖାଥିବାର ଦେଖା ଯାଇଥିଲା।

publive-image oneindia.com

ସୂଚନା ମୁତାବକ, ହରିୟାଣାରେ ରହୁଥିବା ମନୁଙ୍କୁ ବର୍ଷେ ପୂର୍ବରୁ ତାଙ୍କ ପତ୍ନୀ ଗୁଗଲ ପିକ୍ସେଲ ଫୋନ ଉପହାରରେ ଦେଇଥିଲେ । କିନ୍ତୁ କିଛି ଦିନ ବ୍ୟବହାର କରିବା ପରେ ଫୋନରେ ସମସ୍ୟା ଦେଖା ଦେଇଥିଲା । ଏ ନେଇ ସେ ଗୁଗଲର କଷ୍ଟମର କେୟାରକୁ ଫୋନ କରିବା ପରେ ଓ୍ଵାରେଣ୍ଟି ଥାଇ ମଧ୍ୟ ଫୋନ ଠିକ୍‌ କରିବା ପାଇଁ ୨୬,୮୫୧ଟଙ୍କା ଚାର୍ଜ କରିଥିଲେ । କିନ୍ତୁ କିଛି ଦିନ ପରେ ଫୋନରେ ସେ ସବୁ ସମସ୍ୟା ପୁଣି ଆରମ୍ଭ ହୋଇଥିଲା । ଯାହା ପରେ ସେ ଗୁଗୁଲକୁ ଏ ନେଇ ଅଭିଯୋଗ କରିଥିବା ବେଳେ କମ୍ପାନି ତରଫରୁ କୌଣସି ପ୍ରତିକ୍ରିୟା ରଖା ଯାଇ ନଥିଲା । ଯାହା ପରେ ମନୁ ରାଗରେ ଦିଲ୍ଲୀର ପ୍ରାୟ ସବୁ ସ୍ଥାନରେ ଗୁଗୁଲ ଫୋନ ନ କିଣିବା ପାଇଁ ଲୋକମାନଙ୍କୁ ମନା କରି ପୋଷ୍ଟର ଲଗାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe