୩୦୦ରୁ ଅଧିକ କୋଭିଡ ସଂକ୍ରମିତଙ୍କ ମୃତଦେହ ଅନ୍ତିମ ସଂସ୍କାର କରିଥିବା ବ୍ୟକ୍ତି ନିଜେ କରୋନା ଯୁଦ୍ଧରେ ହାରିଗଲେ

Advertisment
୩୦୦ରୁ ଅଧିକ କୋଭିଡ ସଂକ୍ରମିତଙ୍କ ମୃତଦେହ ଅନ୍ତିମ ସଂସ୍କାର କରିଥିବା ବ୍ୟକ୍ତି ନିଜେ କରୋନା ଯୁଦ୍ଧରେ ହାରିଗଲେ

ହିସାର: କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଏଥିରେ ଆକ୍ରାନ୍ତ ହୋଇ ଲୋକମାନେ ପ୍ରାଣ ବି ହରାଇଲେ । ତେବେ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ୩୦୦ଜଣଙ୍କ ଏଯାବତ ସମ୍ମାନଜନକ ଭାବେ ଅନ୍ତିମ ସଂସ୍କାର କରିଥିବା ବ୍ୟକ୍ତି ନିଜେ କରୋନା ଯୁଦ୍ଧରେ ହାରି ଯାଇଛନ୍ତି।

ନଗମ ନିଗମ ଅଧିକାରୀଙ୍କ କହିବାନୁସାରେ, ୪୩ବର୍ଷର ପ୍ରବୀଣ କୁମାରଙ୍କ ସୋମବାର ରାତିରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତି ଜଣକ କରୋନା ଭାଇରସରେ ମୃତ୍ୟୁ ହେଉଥିବା ଲୋକଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ପ୍ରସ୍ତୁତ ହୋଇଥିବା ଟିମର ସେ ମୁଖ୍ୟ ଥିଲେ।

ଅଧିକାରୀଙ୍କ କହିବାନୁସାରେ, ପ୍ରବୀଣ କୁମାର ଗତବର୍ଷରୁ ଏଯାବତ ୩୦୦ଜଣଙ୍କ ଅନ୍ତିମ ସଂସ୍କାର କରି ସାରିଥିଲେ। ସେ ଦୁଇଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦିନକୁ ଦିନ ତାଙ୍କ ଅକ୍ସିଜେନସ୍ତର ହ୍ରାସ ପାଇବାରେ ଲାଗିଥିଲା। ଆଉ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ପ୍ରବୀଣ କୁମାର ନଗର ନିଗମ ସଫେଇ କର୍ମଚାରୀ ୟୁନିୟନର ଅଧ୍ୟକ୍ଷ ଥିଲେ। ମଙ୍ଗଳବାର ହୃଷି ନଗରସ୍ଥିତ ଶ୍ମଶାନ ଘାଟରେ ତାଙ୍କର କୋଭିଡ-୧୯ ଗାଇଡଲାଇନ ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe