ଚର୍ଚ୍ଚାରେ ଫୁଟପାଥରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ଝିଅ; ଦଶମ ପରୀକ୍ଷାରେ ରଖିଲେ ୮୦% ନମ୍ବର

Advertisment
ଚର୍ଚ୍ଚାରେ ଫୁଟପାଥରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ଝିଅ; ଦଶମ ପରୀକ୍ଷାରେ ରଖିଲେ ୮୦% ନମ୍ବର

Times of India

ରୋହତକ: ପୂଜା ରାନୀଙ୍କୁ ନେଇ ତମାମ୍‌ ଦେଶରେ ଚର୍ଚ୍ଚା। ମଧ୍ୟପ୍ରଦେଶର ଜନୈକ ପ୍ରବାସୀ ଶ୍ରମିକ କନ୍ୟା ପୂଜା ହରୟାଣା ରାଜ୍ୟ ବୋର୍ଡର ୧୦ମ ଶ୍ରେଣୀ ପରୀକ୍ଷାରେ ୮୦.୪% ନମ୍ବର ରଖିବା ସହ ପ୍ରମାଣିତ୍‌ କରି ଦେଖାଇ ଦେଇଛନ୍ତି ଯେ ଦୃଢ଼ ଇଚ୍ଛା ଶକ୍ତି ଥିଲେ କିଛି ବି ଅସମ୍ଭବ ନୁହେଁ।

ହରିୟାଣାର ରୋହତକ କଲୋନିର ଫୁଟପାଥରେ ଏକ ୧୦ଫୁଟରେ ୧୦ ଫୁଟ ସେଡ୍‌ରେ ପିତାମାତା ଏବଂ ତିନି ଭଉଣୀଙ୍କ ସହିତ ରହୁଥିବା ପୂଜା କହିଛନ୍ତି ଯେ ମୋର ଏଇ ମାଟ୍ରିକ୍‌ ଫଳାଫଳ ମୋ ପାଇଁ ବହୁତ କିଛି ମାନେ ରଖେ। ପାଞ୍ଚ ବର୍ଷ ପୂର୍ବେ, ମୁଁ ମୋର ଶିକ୍ଷା ‘ଗାନ୍ଧୀ ବିଦ୍ୟାଳୟ’ରୁ ଆରମ୍ଭ କଲି- ତା’ ଆଗରୁ ରାସ୍ତା କଡ଼ର ଷ୍ଟ୍ରିଟ ଲାଇଟ୍‌ ତଳେ ଚାଲିଥିବା ଏକ ଅନୌପଚାରିକ ବିଦ୍ୟାଳୟରେ ପଢ଼ୁଥିଲି। ଯେଉଁଠାରେ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଶିକ୍ଷା ପାଆନ୍ତି।

ପୂଜାଙ୍କ ପିତା କୈଳାଶ କୁମାର ଜଣେ ଦିନ ମଜୁରିଆ ହୋଇଥିବା ବେଳେ ମା’ ତାଙ୍କର ପର ଘରେ ଘରସଫା, ବାସନ ମଜା କାମ କରିଥାନ୍ତି। କୈଳାଶ ଓ ତାଙ୍କ ପତ୍ନୀ ଉଭୟେ ନିରକ୍ଷର। ସେମାନଙ୍କର ଅଧିକାଂଶ ସମୟ ଜୀବିକା ନିର୍ବାହ ପାଇଁ ସଂଘର୍ଷରେ କଟିଥାଏ।
ପୂଜାଙ୍କର ଏହି ବିରଳ ସଫଳତାରେ ତାଙ୍କୁ ଟୁଇଟ୍‌ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ ନିଶାଙ୍କ । ମନ୍ତ୍ରୀ ତାଙ୍କ ଟୁଇଟରେ ପୂଜାଙ୍କୁ ଅଭିନନ୍ଦନ ଜଣାଇବା ସହ ଲେଖିଛନ୍ତି ଯେ ‘ଅସମ୍ଭବ ବୋଲି କିଛି ନାହିଁ’; ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ପୂଜା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe