ନୂଆଦିଲ୍ଲୀ: ହରିୟାଣା ନିର୍ବାଚନ ପାଖେଇ ଆସିଲାଣି। ଏଭଳି ସମୟରେ ନେତାଙ୍କ ଦଳ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଏହି କ୍ରମରେ ବିଜେପିରୁ ଇସ୍ତଫା ଦେବାର କିଛିଦିନ ମଧ୍ୟରେ ହରିୟାଣା ସରକାରର ବିଶେଷ ପ୍ରଚାର ପ୍ରକୋଷ୍ଠର ପୂର୍ବତନ ଅଧ୍ୟକ୍ଷ ଓ ହରିୟାଣାର କଣ୍ଠଶିଳ୍ପୀ ଗାୟକ ଜୟ ଭଗବାନ ମିତ୍ତଲ ଓରଫ ରକି ମତ୍ତଲ କଂଗ୍ରେସରେ ସାମିଲ ହୋଇ ଯାଇଛନ୍ତି।
ରକି ମିତ୍ତଳ ସ୍ବତନ୍ତ୍ର ଶୈଳୀରେ ରାହୁଲ ଗାନ୍ଧିଙ୍କୁ କ୍ଷମା ମାଗି ଦଳରେ ସାମିଲ ହୋଇଛନ୍ତି। ରକି ମିତ୍ତଲ ମଞ୍ଚରେ ରାହୁଲ ଗାନ୍ଧିଙ୍କୁ ସମ୍ଭୋଧିତ କରି ଏକ ଗୀତ ଗାଇଥିଲେ। ଏଥିସହିତ ବିଜେପିରେ ସାମିଲ ଥିବା ସମୟରେ କଂଗ୍ରେସ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ କଂଗ୍ରେସ ସାଂସଦଙ୍କୁ କ୍ଷମା ମାଗିଥିଲେ।
ମିତ୍ତଲଙ୍କ କଂଗ୍ରେସରେ ସାମିଲ ହେବାର ଏହି ସ୍ବତନ୍ତ୍ର ଶୈଳୀର ଏକ ଭିଡିଓ ରେକର୍ଡ ହୋଇଥିଲା। ଯାହାକୁ ଭାରତୀୟ ଯୁବା କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବିବି ଏକ୍ସରେ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ କରି ସେ ଲେଖିଛନ୍ତି, ‘ମୋତେ କ୍ଷମା କରିଦେବ ରାହୁଲ ମୋର ଭାଇ... ବିଜେପି ନେତା ରକି ମିତ୍ତଲ କ୍ଷମା ମାଗି ଏଭଳି ଶୈଳୀରେ କଂଗ୍ରେସରେ ଯୋଗ ଦେଇଛନ୍ତି। ’
Follow Us