କୁଆଡେ ଗଲେ ଇରାନର ବରିଷ୍ଠ କମାଣ୍ଡର ଇସମାଇଲ କାନି ?

ଅକ୍ଟୋବର ୭ ହେଉଛି ସେହି ଦିନ ଯେଉଁଦିନ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଏହି ଦିନ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିପାରେ ବୋଲି ବିଶ୍ୱାସ କରାଯାଉଛି । ଏପରି ଘଡ଼ିସନ୍ଧି ମୂହୂର୍ତ୍ତରେ ଇରାନର ଶୀର୍ଷ ସାମରିକ କମାଣ୍ଡର ଇସମାଇଲ କାନି ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସୁଛି ।

qaani

ତେହେରାନ: ଇରାନ ପାଇଁ ସବୁଠାରୁ କଠିନ ସମୟ ଆସୁଛି । ଇରାନ ଉପରେ ଆକ୍ରମଣ କରିବା ପାଇଁ ଇସ୍ରାଏଲ ପୂରା ପ୍ରସ୍ତୁତି କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର ଦିନ ଘୋଷଣା କରିଛନ୍ତି ଯେ ସେ ଶତ୍ରୁକୁ ଛାଡ଼ିବେ ନାହିଁ । ଏଣୁ ଯେକୌଣସି ସମୟରେ ଇସ୍ରାଏଲ ଆକ୍ରମଣ କରିପାରେ । 

ଅକ୍ଟୋବର ୭ ହେଉଛି ସେହି ଦିନ ଯେଉଁଦିନ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଏହି ଦିନ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିପାରେ ବୋଲି ବିଶ୍ୱାସ କରାଯାଉଛି । ଏପରି ଘଡ଼ିସନ୍ଧି ମୂହୂର୍ତ୍ତରେ ଇରାନର ଶୀର୍ଷ ସାମରିକ କମାଣ୍ଡର ଇସମାଇଲ କାନି ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସୁଛି । ତାଙ୍କୁ କେଉଁଠି ବି ଦେଖିବାକୁ ମିଳୁନାହିଁ। ଇସ୍ଲାମିକ ରିଭୋଲ୍ୟୁସନରୀ ଗାର୍ଡ କୁଦସ୍ ଫୋର୍ସର ମୁଖ୍ୟଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ବୋଲି ଇରାନ ଗଣମାଧ୍ୟମ ଦାବି କରିଛି। ଇସ୍ମାଇଲ କାନିଙ୍କୁ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନିଙ୍କ ଡାହାଣ ହାତ ବୋଲି ବିବେଚନା କରାଯାଏ । ଯଦି ତାଙ୍କୁ ହତ୍ୟା କରାଯାଇଥିବା କଥା ସତ ହୋଇଥାଏ, ତେବେ ତାହା ଇରାନ ପାଇଁ ଏକ ବଡ଼ କ୍ଷତି ହେବ । 

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଇରାନର ଅଧିକାରୀମାନେ ଇସ୍ମାଇଲ କାନି କେଉଁଠି ଅଛନ୍ତି ଏବଂ କୁଦସ୍ ଫୋର୍ସ ମୁଖ୍ୟଙ୍କ ସହ କ'ଣ ଘଟିଛି ତାହା ମଧ୍ୟ ଜାଣିନାହାନ୍ତି। କୁହାଯାଉଛି ଯେ ବ୍ରିଗେଡିୟର ଜେନେରାଲ ଇସମାଇଲ କାନି ହେଜବୁଲ୍ଲାର ନୂଆ ମୁଖ୍ୟ ହାଶ ମିସାଫିଦିନଙ୍କ ସହ ଦକ୍ଷିଣ ବେରୁତର ଏକ ବଙ୍କରରେ ଲୁଚି ରହିଥିଲେ । ଏହି ସମୟରେ ଇସ୍ରାଏଲ ଆକ୍ରମଣ କରିଥିଲା । ଏହା ପରେ ତାଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe