ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଇଣ୍ଡିଆର ନାଁ ବଦଳାଇବାକୁ ଅନୁରୋଧ; ଏଭଳି ଦାବି କଲେ ସାମିଙ୍କ ପତ୍ନୀ

Advertisment
ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଇଣ୍ଡିଆର ନାଁ ବଦଳାଇବାକୁ ଅନୁରୋଧ; ଏଭଳି ଦାବି କଲେ ସାମିଙ୍କ ପତ୍ନୀ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମି ଏବେ କ୍ରିକେଟରୁ ବିରତି ନେଇଛନ୍ତି। ଭାରତୀୟ ଦଳକୁ ଏସିଆ କପ୍ ଖେଳିବାକୁ ଥିବା ବେଳେ ମହମ୍ମଦ ସାମିଙ୍କୁ ଟି-୨୦ ଫର୍ମାଟରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ସ୍ଥାନ ମିଳିନାହିଁ। ତେବେ ସାମିଙ୍କ ପତ୍ନୀ ହସିନ ଜାହାନଙ୍କ କଥା କହିବାକୁ ଗଲେ ସେ ସବୁ ବେଳେ ନିଜର ବୟାନ ପାଇଁ ଚର୍ଚ୍ଚାରେ ରହୁଥିବାର ଦେଖାଯାଏ। ଏବେ ପୁଣି ଥରେ ସେ କହିଥିବା କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ହସିନ ଜାହାନ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯାହା ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି। ଏହି ଭିଡିଓରେ ସେ ଦେଶର ନାଁ ବଦଳାଇବାକୁ ଦୁହିଁଙ୍କୁ ନିବେଦନ କରୁଥିବା ଦେଖାଯାଇଛି। ମହମ୍ମଦ ସାମିଙ୍କ ପତ୍ନୀ ହସିନ ଜାହାନ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓର କ୍ୟାପସନରେ ଲେଖିଛନ୍ତି ଯେ, ଆମ ଦେଶ, ଆମର ସମ୍ମାନ। ମୁଁ ଭାରତକୁ ଭଲ ପାଏ। ଆମ ଦେଶର ନାମ କେବଳ ହିନ୍ଦୁସ୍ତାନ କିମ୍ବା ଭାରତ ହେବା ଉଚିତ୍। ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କକୁ ଅନୁରୋଧ କରୁଛି ଯେ, ସେମାନେ ଇଣ୍ଡିଆର ନାଁକୁ ବଦଳାଇ ହିନ୍ଦୁସ୍ତାନ କିମ୍ବା ଭାରତ କରନ୍ତୁ। ସାରା ବିଶ୍ବ ଆମ ଦେଶକୁ ହିନ୍ଦୁସ୍ତାନ କିମ୍ବା ଭାରତ ନାଁରେ ଜାଣୁ। ତାଙ୍କର ଏଭଳି ଅଜବ ଦାବି ବିଷୟରେ ଜାଣିବା ପରେ ଲୋକେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe