Image Courtesy of India Today
ଲଣ୍ଡନ୍: ଅଭିଯାନ ମୋଟାମୋଟି ସଫଳ ହୋଇଛି… ‘ଆସ୍ତା ଲା ବିସ୍ତା, ବେବି’ କହି ବୁଧବାର ଦିନ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ପାର୍ଲାମେଣ୍ଟ୍ ବାହାରକୁ ଚାଲିଯାଇଥିଲେ।
ସୂଚନାଯୋଗ୍ୟ, ‘ଆସ୍ତା ଲା ବିସ୍ତା, ବେବି’ (ସ୍ପେନୀୟ ଭାଷାର ବାକ୍ୟ) ହେଉଛି ଆର୍ନଲ୍ଡ୍ ସ୍ବାର୍ଜନେଗର୍ଙ୍କ ଅଭିନିତ ଚଳଚ୍ଚିତ୍ର ‘ଟର୍ମିନେଟର୍-ଟୁ’ର ସଂଳାପ। ଏହାର ଅର୍ଥ ‘ବିଦାୟ’।
ବୁଧବାର ଦିନ ପାର୍ଲାମେଣ୍ଟ୍ରେ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ଭାବେ ଶେଷ ଉଦ୍ବୋଧନ ଦେଇ ଜନ୍ସନ୍ କହିଲେ, ଆମେ ଆମ ଗଣତନ୍ତ୍ରର ସ୍ବରୂପ ପରିବର୍ତ୍ତନ କରିଛନ୍ତି ଓ ଆମ ଜାତୀୟ ସ୍ବାଧୀନତା ପୁନଃସଂସ୍ଥାପନା କରିଛନ୍ତି। ଏଥିରେ ସମସ୍ତେ ସାହାଯ୍ୟ କରିଛନ୍ତି, ମୁଁ ସାହାଯ୍ୟ କରିଛି, ଏ ଦେଶରେ ମହାମାରୀ ବେଳେ କଠିନ ପରିସ୍ଥିତିର ସମ୍ମୁଖୀନ ହେଲି ଏବଂ ଅନ୍ୟ ଏକ ଦେଶକୁ ବର୍ବରତାରୁ ରକ୍ଷା କରିବାରେ ସାହାଯ୍ୟ କଲି। ସତ କହିବାକୁ ଗଲେ, ବର୍ତ୍ତମାନ ପାଇଁ ଏତିକି ଯଥେଷ୍ଟ। ସଂସଦରେ ଉପସ୍ଥିତ ସମସ୍ତଙ୍କୁ କୃତଜ୍ଞତା ଜଣାଇ ବିଦାୟ ନେଉଛି।
Image Courtesy of The Indian Expressସେ ପୁଣି ମଧ୍ୟ କହିଥିଲେ କି, ୪୦ ବର୍ଷ ପରେ ସେ ‘କଞ୍ଜର୍ଭେଟିଭ୍ ପାଟି’କୁ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ସହାୟତା କରିଥିଲେ। ସେଥିପାଇଁ ଇଂଲଣ୍ଡ୍ର ରାଜନୀତରେ ବ୍ୟାପକ ଅଦଳ ବଦଳ ସମ୍ଭବ ହେଲା।
ତାଙ୍କ ସରକାରରେ ଏକାଧିକ କେଳେଙ୍କାରୀ ଏବଂ ବହୁସଂଖ୍ୟକ ମନ୍ତ୍ରୀ ଇସ୍ତଫା ଦେବା କାରଣରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବୋରିସ୍ ଜନ୍ସନ୍ ଶେଷ ଉଦ୍ବୋଧନରେ ଆହୁରି ମଧ୍ୟ କହିଛନ୍ତି, ଆମେରିକୀୟଙ୍କ ସହ ଘନିଷ୍ଠତା ରହି ୟୁକ୍ରେନୀୟଙ୍କୁ ସାହାଯ୍ୟ କରନ୍ତୁ। ସର୍ବତ୍ର ସ୍ବାଧୀନତା ଏବଂ ଗଣତନ୍ତ୍ରକୁ ସମର୍ଥନ କରନ୍ତୁ। ଟିକସ କାଟ କରନ୍ତୁ ଏବଂ ଏହି ମହାନ୍ ଦେଶରେ ଅର୍ଥ ନିବେଶ କରି ଶାନ୍ତିରେ ବସବାସ କରିବା ଲାଗି ଯଥା ସମ୍ଭବ କଟକଣା ହଟାନ୍ତୁ। ଏହା ନୂତନ ପ୍ରଧାନମନ୍ତ୍ରୀ ଏବଂ ନୂତନ ସରକାରଙ୍କ ପ୍ରାଧାନ୍ୟ କ୍ଷେତ୍ର ହେବା ଉଚିତ।
Follow Us