ହରିୟାଣାରେ ହାଟ୍ରିକ୍ ମୁହାଁ ବିଜେପି !

ହରିୟାଣାରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି। ରାଜ୍ୟର ୪୯ଟି ଆସନରେ ବିଜେପି ଆଗରେ ରହିଛି। କଂଗ୍ରେସ ୩୫ଟି ଆସନରେ ଆଗୁଆ ରହିଛି। ଏହାଦ୍ବାରା ରାଜ୍ୟରେ ଶାସକ ବିଜେପି ହାଟ୍ରିକ୍ ମୁହାଁ ହୋଇଛି...

ଅଦ୍ୟତନ ହୋଇଛି
WhatsApp Image 2024-10-08 at 3.19.42 PM

 ଚଣ୍ଡିଗଡ଼: ହରିୟାଣା ବିଧାନସଭା ନିର୍ବାଚନରେ ​​ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ନିର୍ବାଚନ ଆୟୋଗ ୱେବସାଇଟ ଅନୁଯାୟୀ ବିଜେପି ୪୯ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୩୫ ଟି ଆସନରେ ଆଗୁଆ ରହିଛି। ଇସିଙ୍କ ଅନୁଯାୟୀ ଆଇଏନଏଲଡି ଗୋଟିଏ ଆସନରେ ଆଗୁଆ ଥିବାବେଳେ ବହୁଜନ ସମାଜ ପାର୍ଟି ମଧ୍ୟ ଗୋଟିଏ ସିଟରେ ଆଗୁଆ ରହିଛି। ଏହା ବ୍ୟତୀତ ସ୍ୱାଧୀନ ପ୍ରାର୍ଥୀମାନେ ଅମ୍ବାଲା କ୍ୟାଣ୍ଟ, ଗଣୁର, ହିସାର ଏବଂ ବାହାଦୂରଗଡରେ ବିଜେପି ଏବଂ କଂଗ୍ରେସକୁ  କଡ଼ା ଟକ୍କର ଦେଉଛନ୍ତି।

ତେବେ ପ୍ରାରମ୍ଭିକ ଫଳାଫଳ ଅନୁଯାୟୀ ବିଜେପି ରାଜ୍ୟରେ ହାଟ୍ରିକ୍ ମୁହାଁ ହୋଇଥିବା କୁହାଯାଉଛି। ରାଜ୍ୟରେ ସରକାର ଗଢ଼ିବା ପାଇଁ କୁହୁକ ସଂଖ୍ୟା ୪୬ ରହିଛି। ଏହାକୁ ବିଜେପି ସହଜରେ ପାର୍ କରିବାକୁ ଯାଉଛି।

ରାଜ୍ୟର ମୋଟ ୯୦ଟି ବିଧାନ ସଭା ଆସନ ମଧ୍ୟରୁ ବିଜେପି ୪୯ ଟି  ଆସନରେ ବିଜେପି ଆଗରେ ରହିଛି। ବହ ଆସନରେ  ବିଜେପି ପ୍ରାର୍ଥୀ  ୫ ହଜାରରୁ କମ୍  ଭ‌ୋଟ୍‌ରେ  ଆଗୁଆ ରହିଛନ୍ତି।  ସେହିଭଳି କିଛି ଆସନରେ ଅଗ୍ରଣୀ ୫ ହଜାରରୁ ଅଧିକ ରହିଛି।  ନିର୍ବାଚନ ଆୟୋଗଙ୍କର ତଥ୍ୟ ଅନୁଯାୟୀ  ବିଜେପି  ୨୦ଟି ଆସନରେ  ୫ ହଜାରରୁ କମ୍ ଭୋଟରେ ଆଗୁଆ ରହିଛି।

ବିଧାନସଭାର ନିର୍ବାଚନମଣ୍ଡଳୀ ଲୋକସଭା ତୁଳନାରେ ଛୋଟ, ତେଣୁ ୫ହଜାର ଆଗୁଆକୁ  ଶକ୍ତିଶାଳୀ ବୋଲି ବିବେଚନା କରାଯାଇଛି। ୧୪ଟି ଆସନରେ ୧୦ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି।  ଅବଶିଷ୍ଟ ୧୫ ଟି ଆସନରେ ବିଜେପି ୫ ହଜାରରୁ ୧୦ହଜାର ଭୋଟ୍  ମଧ୍ୟରେ ଅଗ୍ରଣୀ ରହିଛି।

୩୫ଟି ଆସନରେ କଂଗ୍ରେସ ଆଗୁଆ  ରହିଛି। ତେବେ ୧୪ ଟି ଆସନରେ ଦଳ ୫ ହଜାରରୁ କମ୍ ଭୋଟ୍‌ରେ   ଆଗୁଆ ରହିଛି। ୧୦ ଟି ଆସନରେ କଂଗ୍ରେସ ପ୍ରାର୍ଥୀ ୧୯ ହଜାରରୁ ଭୋଟ୍‌ରେ ଆଗୁଆ ରହିଛନ୍ତି। ଅବଶିଷ୍ଟ ୧୧ଟି ଆସନରେ ୫ହଜାରରୁ  ୧୦ ହଜାର  ଭୋଟ୍ ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe