ଘୃଣା ଭାଷଣ: ଆଜମ ଖାନ୍‌ଙ୍କୁ ୩ ବର୍ଷ ଜେଲ୍‌

Advertisment
ଘୃଣା ଭାଷଣ: ଆଜମ ଖାନ୍‌ଙ୍କୁ  ୩ ବର୍ଷ ଜେଲ୍‌

ବରେଲ୍ଲି : ୨୦୧୯ ଘୃଣା ଭାଷଣ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କୁ ଆଜି ୩ ବର୍ଷ ଜେଲ୍‌ଦଣ୍ଡ ହୋଇଛି। ରାମପୁର ଜିଲ୍ଲାର ସ୍ବତନ୍ତ୍ର ଏମ୍‌ପି/ଏମଏଲଏ କୋର୍ଟ ଆଜମ ଖାନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଦେଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ସମୟରେ ଆଜମ ଖାନ୍ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍‌ କରି ଭାଷଣ ଦେଇଥିଲେ। ଆଜମ ଖାନ୍‌ଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୭୪ ବର୍ଷୀୟ ଆଜମ ଖାନ୍‌ କହିଛନ୍ତି, ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ। ଏଥିପାଇଁ କୋର୍ଟ ତାଙ୍କୁ ୭ ଦିନ ସମୟ ଦେଇଛନ୍ତି। ଏହି ସମୟ ମଧ୍ୟରେ ହାଇକୋର୍ଟରୁ ଆଶ୍ବସ୍ତି ନମିଳିଲେ ‌ସେ ଜେଲ ଯିବେ।

୩ ବର୍ଷ ଜେଲ୍‌ ଦଣ୍ଡାଦେଶ ହେବାପରେ ଆଜମ ଖାନ୍‌ ଗୃହରେ ସଦସ୍ୟତା ମଧ୍ୟ ହରାଇବେ। ଉତ୍ତରପ୍ରଦେଶ ବିଧାନସଭା ଖୁବ୍‌ଶୀଘ୍ର ଆଜମ ଖାନ୍‌ଙ୍କୁ ଅଯୋଗ୍ୟ ଘୋଷଣା କରିପାରେ।

ଉଲ୍ଲେଖଯୋଗ୍ୟ ଯେ ଜମି ଦୁର୍ନୀତି ମାମଲାରେ ଆଜମ ଖାନ୍ ୨ ବର୍ଷ ଜେଲ୍‌ରେ ରହିଛନ୍ତି। ଚଳିତ ବର୍ଷ ମେ’ରେ ସୁପ୍ରିମକୋର୍ଟ ଆଜମଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି। ୨୦୧୭ରେ ବିଜେପି କ୍ଷମତାକୁ ଆସିବାପରଠାରୁ ଆଜମଙ୍କ ବିରୋଧରେ ୮୭ ମାମଲା ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଘୃଣା ଭାଷଣ ବିରୋଧରେ କ‌ଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ନିର୍ଦ୍ଦେଶ ଦେବାର ପ୍ରାୟ ସପ୍ତାହକ ପରେ ଆଜମ ଖାନ୍‌ ଆଜି ଘୃଣା ଭାଷଣ ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe