‘ହେଟ୍‌ ସ୍ପିଚ୍’ ଅଭିଯୋଗ: ଫେସ୍‌ବୁକ୍ ଅଧିକାରୀଙ୍କୁ ହାଜର ହେବାକୁ ନୋସିଟ୍‌ ଦେଲେ ଦିଲ୍ଲୀ ବିଧାନସଭା କମିଟି

Advertisment
‘ହେଟ୍‌ ସ୍ପିଚ୍’ ଅଭିଯୋଗ: ଫେସ୍‌ବୁକ୍ ଅଧିକାରୀଙ୍କୁ ହାଜର ହେବାକୁ ନୋସିଟ୍‌ ଦେଲେ ଦିଲ୍ଲୀ ବିଧାନସଭା କମିଟି

Image Courtesy of Hindustan Times

ନୂଆଦିଲ୍ଲୀ: ଦେଶରେ ଘୃଣ୍ୟ କଥାବସ୍ତୁ ଥିବା ପୋଷ୍ଟ୍‌ଗୁଡ଼ିକୁ ରୋକିବାରେ ‘ଫେସ୍‌ବୁକ୍’ ଜାଣିଶୁଣି ଉଦ୍ଦେଶ୍ୟମୂଳକଭାବେ ଉଦାସୀନ ରହୁଥିବା ଅଭିଯୋଗରେ ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସହାବସ୍ଥାନ କମିଟି ‘ଫେସ୍‌ବୁକ୍ ଇଣ୍ଡିଆ’ର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଅଜିତ ମୋହନଙ୍କୁ ସମନ୍ ଜାରି କରିଛି।

ଆମ୍‌ ଆଦ୍‌ମି ପାର୍ଟି ନେତା ତଥା ରାଜେନ୍ଦ୍ର ନଗର ରାଘବ ଚଢ଼ାର ବିଧାୟକଙ୍କ ନେତୃତ୍ବାଧୀନ ଏହି କମିଟି ମୋହନଙ୍କ ପ୍ରତି ଏକ ନୋଟିସ୍‌ ଜାରି କରିଛି। ସେପ୍ଟେମ୍ବର ୧୫ ତାରିଖ ଦିନ କିଂବା ତା’ ପୂର୍ବରୁ ଦିଲ୍ଲୀ ବିଧାନସଭା ପରିସରରେ ହାଜର ହେବା ନିମନ୍ତେ ଏହି ନୋଟିସ୍‌ରେ ତାଙ୍କୁ କୁହାଯାଇଛି।

publive-image Image Courtesy of NDTV

ଏ ସଂକ୍ରାନ୍ତରେ ଜାରି ହୋଇଥିବା ଏକ ବିଧିବଦ୍ଧ ବିବୃତିରେ ଉଲ୍ଲେଖ ଅଛି ଯେ, ସାକ୍ଷୀମାନଙ୍କ ଦ୍ବାରା ଉପସ୍ଥାପିତ ଦୃଷ୍ଟି ଆକର୍ଷଣକାରୀ ପ୍ରମାଣ ପ୍ରତି ସମ୍ମାନ ଜଣାଇ କମିଟି ବିଶ୍ବାସ କରୁଛି ଯେ, ଦିଲ୍ଲୀ ଦଙ୍ଗା ତଦନ୍ତରେ ଫେସ୍‌ବୁକ୍‌କୁ ସହଅଭିଯୁକ୍ତ କରାଯିବା ଉଚିତ। ଏହି ପ୍ରକ୍ରିୟା ଅପରାହ୍ଣ ୧୨ଟା ପରେ ଆରମ୍ଭ ହେବ ଏବଂ ତାହା ଲାଇଭ୍-ଷ୍ଟ୍ରିମ୍ କରାଯିବ।

ସାକ୍ଷୀମାନେ ଶପଥପାଠ ପୂର୍ବକ ଯୋଗାଇ ଥିବା ପ୍ରମାଣ ଆଧାରରେ ଏହି ସମନ୍ ଜାରି କରାଯାଇଛି ବୋଲି ବିବୃତିରେ ଉଲ୍ଲେଖ କରାଯାଇଛି। ସାମ୍ବାଦିକ ପ୍ରଜ୍ଞାଜୟ ଗୁହା ଠାକୁର୍ତା ଏବଂ କୁନାଳ ପୁରୋହିତ, ଲେଖକ ନିଖିଳ ପାୱା ଏବଂ ସାମାଜିକକର୍ମୀ ଆୱେଶ ତିୱାରିଙ୍କ ସମେତ ଅନେକ ସାକ୍ଷୀଙ୍କୁ କମିଟି ପଚରାଉଚୁରା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe