ଘୃଣା ଭାଷଣ ପ୍ରସଙ୍ଗ: ଟିଭି ଆଙ୍କରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ସରକାରଙ୍କ ନିରବତା ନେଇ ପ୍ରଶ୍ନ ଉଠାଇଲେ

ସୁପ୍ରିମ୍‌କୋର୍ଟରେ ଭିଭିପିଏଟି ଶୁଣାଣି: ନିର୍ବାଚନ କମିସନ ଉପରେ ଭରସା ରଖ

Image Courtesy of The Times of India

ନୂଆଦିଲ୍ଲୀ : ଦେଶରେ ମୁଖ୍ୟସ୍ରୋତରେ ଥିବା ଟିଭି ଚ୍ୟାନେଲ୍‌ଗୁଡ଼ିକର କାର୍ଯ୍ୟଶୈଳୀକୁ ନେଇ ସୁପ୍ରିମକୋର୍ଟ ଆଜି ତୀବ୍ର ଅସନ୍ତୋଶ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, ସେମାନେ ଘୃଣାର ପ୍ରସାର ଓ ଉତ୍ତେଜକ ଭାଷଣ ପାଇଁ ସବୁ ବାଟ ଫିଟାଇ ଦେଉଛନ୍ତି ଏବଂ ଏହାକୁ ନେଇ ଅସନ୍ତୋଷ ବଢ଼ିବାପରେ ମାମଲାରୁ ଖସି ଯାଉଛନ୍ତି। ଜଷ୍ଟିସ କେଏମ ଯୋସେଫ ଏବଂ ହୃଷିକେଶ ରାୟଙ୍କ ଖଣ୍ଡପୀଠ କହିଛନ୍ତି, ଏହି ମାମଲାରେ ଟିଭି ଚ୍ୟାନେଲର ଆଙ୍କରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେମାନଙ୍କ ସୋ’ ପାଇଁ ଆମନ୍ତ୍ରିତ ଅତିଥି ଯେଭଳି ଲକ୍ଷ୍ମଣ ରେଖା ଅତିକ୍ରମ ନକରିବେ ତାହା ସୁନିଶ୍ଚିତ କରିବା ଜଣେ ଆଙ୍କରଙ୍କର ଦାୟିତ୍ବ। ବିତର୍କ କାର୍ଯ୍ୟକ୍ରମରେ ଯେଭଳି ଘୃଣା ତଥା ଉତ୍ତେଜକ ଭାଷଣ ଦିଆନଯାଏ ତାହା ଦେଖିବା ହେଉଛି ଜଣେ ଆଙ୍କରଙ୍କର କର୍ତ୍ତବ୍ୟ। ଏହି ମାମଲାରେ ସରକାର କାହିଁକି ନିରବଦ୍ରଷ୍ଟା‌ ସାଜିଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ଜଷ୍ଟିସ ଯୋସେଫ କହିଛନ୍ତି, ବାକ୍‌ ସ୍ବାଧୀନତା ଗୁରୁତ୍ବପୂର୍ଣ୍ଣ ଏବଂ ଘୃଣା ଭାଷଣକୁ ନେଇ କାର୍ଯ୍ୟକ୍ରମ ନିମନ୍ତେ ଟିଭି ଚ୍ୟାନେଲ୍‌ରେ ଅନୁମତି ଦିଆଯାଇପାରିବ ନାହିଁ।

ବ୍ରିଟେନରେ ଏକ ଟିଭି ଚ୍ୟାନେଲ୍‌ ଉପରେ ଏନେଇ ପ୍ରବଳ ଜରିମାନା ହୋଇଥିବା ଜଷ୍ଟିସ ଯୋସେଫ କହିଛନ୍ତି। କିନ୍ତୁ ଆମର ଏଭଳି ବ୍ୟବସ୍ଥା ନାହିଁ। ତେଣୁ ଆ‌‌ମେ ଘୃଣାର ପ୍ରସାରକୁ ସୁଯୋଗ ନଦେବା ଉଚିତ। ଜଷ୍ଟିସ ରାୟ କହିଛନ୍ତି, ନିୟମ ଉଲ୍ଳଂଘନକାରୀ ଯେପର୍ଯ୍ୟନ୍ତ ଏହି ଘୃଣା ଭ‌ାଷଣର ପରିଣାମ ଭୋଗିନାହାନ୍ତି ସେପର୍ଯ୍ୟନ୍ତ ଏଭଳି କାର୍ଯ୍ୟ ଜାରି ରହିବ। ଜଷ୍ଟିସ ଯୋ‌ସେଫ କହିଛନ୍ତି, ସରକାର ଏଥିରେ ଅଙ୍କୁଶ ନ ଲଗାଇଲେ ଏହା ବଢ଼ି ଚାଲିବ। ଉଲ୍ଲେଖଯୋଗ୍ୟ, ଘୃଣା‌ ଭାଷଣ ଘଟଣା ବିରୋଧରେ କିଛି ପଦକ୍ଷେପ ଗ୍ରହଣ ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି ସମୟରେ କୋର୍ଟ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଆଜିର ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଘୃଣା ଭାଷଣ ଦ୍ବାରା ରାଜନେତାମାନେ ଉପକୃତ ହେଉଛନ୍ତି ଏବଂ ଟିଭି ଚ୍ୟାନେଲଗୁଡ଼ିକ ରାଜନେତାଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe