ଅସହ୍ୟ ତାତି, ଜଳୁଛି ୪ ସହର, କେରଳ ଏକ୍ସପ୍ରେସ୍‌ରେ ୪ ଯାତ୍ରୀଙ୍କ ମୃତ୍ୟୁ

Advertisment
ସୁବର୍ଣ୍ଣପୁର: ଗଛରେ ଝୁଲୁଛି ମହିଳାଙ୍କ ଗଳିତ ଶବ

Hindustan Times

ଝାନ୍‌ସୀ : ତାତି ସହି ହେଉନି। ଗ୍ରୀଷ୍ମ ପ୍ରବାହରୁ ତ୍ରାହି ମିଳୁନି। ଦେଶରେ ପୂର୍ବରୁ କେବେ ବି ଏଭଳି ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିନଥିଲା। ଉତ୍ତରଭାରତର ୪ଟି ସହର ଏବେ ଜଳୁଛି। ଜାତୀୟ ରାଜଧାନୀ ଦିଲ୍ଲୀ ସହ ରାଜସ୍ଥାନର ଚୁରୁ, ଉତ୍ତରପ୍ରଦେଶର ଆହ୍ଲାବାଦ୍‌ ଏବଂ ବାନ୍ଦା ସହର ଏବେ ତତଲା ହାଣ୍ଡି ପାଲଟିଛି। ଗତକାଲି ଦିଲ୍ଲୀରେ ତାପମାତ୍ରା ୪୮ ଡିଗ୍ରି ଛୁଇଁ ରେକର୍ଡ କରିଥିଲା। ପୂର୍ବରୁ ଜୁନ୍‌ ମାସ‌ରେ ଦିଲ୍ଲୀରେ କେବେ ବି ତାପମାତ୍ରା ୪୮ ଡିଗ୍ରି ଛୁଇଁନଥିଲା। ରାଜସ୍ଥାନରେ ଚୁରୁରେ ଗତ ସପ୍ତାହରେ ୨ ଥର ତାପମାତ୍ରା ୫୦ ଡିଗ୍ରି ଅତିକ୍ରମ କରିଥିବାବେଳେ ବାନ୍ଦାରେ ୪୯.୨ ଏବଂ ଆହ୍ଲାବାଦ୍‌ରେ ୪୮.୯ ରହିଛି।

ଗ୍ରୀଷ୍ମ ପ୍ରବାହ ହେତୁ ଉତ୍ତରପ୍ରଦେଶର ଝାନ୍‌ସୀରେ ଗତକାଲି କେରଳ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସମସ୍ତ ୪ ଜଣ ଯାତ୍ରୀ ଆଗ୍ରାରୁ କୋଏମ୍ବାଟୁର ଅଭିମୁଖେ ଯାତ୍ରା କରୁଥିଲେ। ‌ ଯାତ୍ରା କରୁଥିବା ସମୟରେ ସେମାନେ ଗତକାଲି ସନ୍ଧ୍ୟାରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। କିନ୍ତୁ ଝାନ୍‌ସୀ ‌ଷ୍ଟେସନ୍‌ରେ ଗାଡ଼ି ପହଞ୍ଚିବା ବେଳକୁ ସେମାନଙ୍କର ମୃତ୍ୟୁ ହୋଇ ଯାଇଥିଲା।
ସୂଚନାନୁଯାୟୀ ସେମାନେ ବାରଣାସୀ ଏବଂ ଆଗ୍ରା ଯାତ୍ରାରେ ଯାଇଥିଲେ। ତେବେ ବୁଲାବୁଲି ସାରି ଫେରିବା ସମୟରେ ଟ୍ରେନ୍‌ ଆଗ୍ରା ଅତିକ୍ରମ କଲାପରେ ଅସହ୍ୟ ଗରମ ଅନୁଭୂତ ହୋଇଥିଲା। ଏହାପରେ କିଛି ଲୋକ ନିଃଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ କରିଥିଲେ। କିନ୍ତୁ ସେମାନଙ୍କୁ କିଛି ସାହାଯ୍ୟ କରିବା ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe