ଘୃଣା ମନ୍ତବ୍ୟ ଭାରତର ସଂସ୍କୃତି, ସମ୍ବିଧାନ ବିରୋଧୀ: ଉପରାଷ୍ଟ୍ରପତି

ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ସମେତ ୫ ଜଣଙ୍କୁ ମିଳିବ ପଦ୍ମ ବିଭୂଷଣ, ୨୨ ଜଣଙ୍କୁ ମିଳିବ ପଦ୍ମ ଭୂଷଣ

The Tribune India

ତିରୁଅନନ୍ତପୁରମ: ଘୃଣା ମନ୍ତବ୍ୟ କିମ୍ବା ଲେଖା ଭାରତର ସଂସ୍କୃତି, ପରମ୍ପରା, ଐତିହ୍ୟ, ଚିନ୍ତାଧାର ଓ ସମ୍ବିଧାନ ବିରୋଧୀ। ନିଜ ନିଜ ଧର୍ମ ଓ ବିଶ୍ବାସକୁ ଅନୁସରଣ କରିବା ଓ ପ୍ରଚାର କରିବା ଅଧିକାର ଭାରତରେ ପ୍ରତ୍ୟେକ ବ୍ୟକ୍ତିଙ୍କର ରହିଛି। ନିଜେ ନିଜର ଧର୍ମକୁ ପାଳନ କର। କିନ୍ତୁ ଘୃଣା ମନ୍ତବ୍ୟ ଓ ଲେଖା ମାଧ୍ୟମରେ ଅନ୍ୟ ଧର୍ମକୁ ନିନ୍ଦା କରିବା କାର୍ଯ୍ୟରେ ସଂଶ୍ଳିଷ୍ଟ ରୁହନାହିଁ ବୋଲି ଉପରାଷ୍ଟ୍ରପତି ଏମ୍‌ ଭେଙ୍କିଆ ନାଇଡ଼ୁ କହିଛନ୍ତି। କେରଳର କୋଟାୟମଠାରେ ସେଣ୍ଟ କୁରିଆକୋସ୍‌ ଇଲିଆସ ଚଭାରାଙ୍କ ୧୫୦ତମ ପୁଣ୍ୟତିଥିରେ ଉଦ୍‌ବୋଧନ ଦେଇ ଉପରାଷ୍ଟ୍ରପତି ଏହା କହିଛନ୍ତି।

ଅନ୍ୟ ଧର୍ମକୁ ମଜାରେ ଉଡ଼ାଇବା ଏବଂ ସମାଜରେ ବିଭେଦ ସୃଷ୍ଟି କରିବା ପାଇଁ ହେଉଥିବା ଉଦ୍ୟମକୁ ଉପରାଷ୍ଟ୍ରପତି ନାପସନ୍ଦ କରିଛନ୍ତି। ଉନବିଂଶ ଶତାବ୍ଦୀର ଖ୍ରୀଷ୍ଟ୍ରିୟାନ ସଂପ୍ରଦାୟର ସନ୍ଥ, ଦାର୍ଶନିକ ଏବଂ ‌ସମାଜ ସଂସ୍କାରକ ଚଭାରା ସମାଜକୁ ମଣିଷ ମଣିଷ ଭିତରେ ଶାନ୍ତିପୂର୍ଣ୍ଣ ସଂପର୍କ କିଭଳି ପବିତ୍ର ତାହା ଶିଖାଇଛନ୍ତି। ସମାଜର ସବୁ ବର୍ଗକୁ ଏକତ୍ରିତ କରି ଦେଶକୁ ଆଗକୁ ନେବା ପାଇଁ ହେଲେ ପ୍ରତ୍ୟେକ ସଂପ୍ରଦାୟରେ ଚଭାରାଙ୍କ ଭଳି ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe