ହାଥ୍‌ରସ୍‌ ଗଣଦୁଷ୍କର୍ମ ମାମଲାରେ ଅତିରିକ୍ତ ମୁଖ୍ୟ ସଚିବ କହିଲେ, ପୀଡ଼ିତାଙ୍କ ପରିବାର ଉଠାଇଥିବା ସବୁ ପ୍ରସଙ୍ଗ ‘ଏସ୍‌ଆଇଟି’ ବୁଝିବ

ହାଥ୍‌ରସ୍‌ ଗଣଦୁଷ୍କର୍ମ ମାମଲାରେ ଅତିରିକ୍ତ ମୁଖ୍ୟ ସଚିବ କହିଲେ, ପୀଡ଼ିତାଙ୍କ ପରିବାର ଉଠାଇଥିବା ସବୁ ପ୍ରସଙ୍ଗ ‘ଏସ୍‌ଆଇଟି’ ବୁଝିବ

Image Courtesy of Rediff.com

ନୂଆଦିଲ୍ଲୀ: ହାଥ୍‌ରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡ଼ିତାଙ୍କ ପରିବାର ଉଠାଇ ଥିବା ସମସ୍ତ ପ୍ରସଙ୍ଗ ‘ସ୍ପେସାଲ ଇନ୍‌ଭେଷ୍ଟିଗେସନ୍ ଟିମ୍‌’ (ଏସ୍‌ଆଇଟି) ବୁଝିବ ବୋଲି ଶନିବାର ଦିନ ହାଥ୍‌ରସ୍‌ରେ ଅତିରିକ୍ତ ମୁଖ୍ୟ ସଚିବ (ଗୃହ) ଅଶ୍ବିନୀ ଅୱସ୍ଥି କହିଛନ୍ତି। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଗାଁକୁ ଆସିବାକୁ ଚାହୁଁଥିବା ଜନପ୍ରତିନିଧିମାନେ ଆସିପାରିବେ, କିନ୍ତୁ ଥରକେ ମାତ୍ର ପାଞ୍ଚଜଣ ଆସିବାକୁ ଅନୁମତି ମିଳିବ।

ଅଶ୍ବିନୀ ଅୱସ୍ଥି ଏବଂ ଉତ୍ତରପ୍ରଦେଶ ପୁଲିସ ମହାନିର୍ଦେଶକ ଏଚ୍‌ସି ଅୱସ୍ଥି ଆଜି ହାଥ୍‌ରସ୍ର ବୁଲଗଡ଼ି ଗାଁ’କୁ ଯାଇଥ‌ିଲେ। ସେମାନେ ପୀଡ଼ିତାଙ୍କ ଘରେ ପହଞ୍ଚି ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ପରିବାର ସଦସ୍ୟମାନଙ୍କ ସହ କଥାବାର୍ତ୍ତା କରିଥିଲେ।

ସାମ୍ବାଦିକମାନଙ୍କୁ ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି, ଏହା ଏକ ଦୁଃଖଦ ଘଟଣା। ତେଣୁ, ଆମେ ପରିବାରବର୍ଗଙ୍କୁ ଭେଟିବାକୁ ଆସିଥିଲୁ। ଦୋଷୀମାନେ ନିସ୍ତାର ପାଇବେ ନାହିଁ ବୋଲି ଆମେ ସେମାନଙ୍କୁ ଭରସା ଦେଇଛୁ।

publive-image Image Courtesy of Hindustan Times

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଘଟଣାର ତଦନ୍ତ କରୁଥିବା ‘ସ୍ପେସାଲ୍ ଇନ୍‌ଭେଷ୍ଟିଗେସନ୍ ଟିମ୍‌’ରେ ବରିଷ୍ଠ ଅଧିକାରୀମାନେ ଅଛନ୍ତି। ଟିମ୍ ତା’ର କାର୍ଯ୍ୟ ଆରମ୍ଭ କରି ଶୁକ୍ରବାର ସନ୍ଧ୍ୟାରେ ପ୍ରାଥମିକ ରିପୋର୍ଟ ଦାଖଲ କରିଛି। ସେହି ରିପୋର୍ଟ ଆଧାରରେ ହାଥ୍‌ରସ୍‌ ଏସ୍‌ପି, ସର୍କଲ୍‌ ଅଫିସର୍, ସବ୍‌-ଇନ୍‌ସ୍‌ପେକ୍ଟର୍‌, ସିନିୟର୍ ସବ୍‌-ଇନ୍‌ସ୍‌ପେକ୍ଟର୍ ଏବଂ ହେଡ୍ ମୋହରିର୍‌ଙ୍କୁ ନିଲମ୍ବିତ କରାଯାଇଛି।

ଆମ ସହ କଥାବାର୍ତ୍ତା କରିବା ବେଳେ ପରିବାରର ସଦସ୍ୟମାନେ ଉଠାଇଥିବା ନିର୍ଦ୍ଦିଷ୍ଟ କେତେକ ପ୍ରସଙ୍ଗକୁ ନୋଟ୍‌ କରାଯାଇଛି। ‘ଏସ୍‌ଆଇଟି’ ସେ ପ୍ରସଙ୍ଗ ସବୁ ବୁଝିବ।

ଗାଁରେ ଶାନ୍ତି ଓ ସ୍ଥିରତା ରକ୍ଷା କରିବା ଲାଗି ନିରନ୍ତର ନିରାପତ୍ତା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ‘ଡିଜିପି’ ପ୍ରତିଶ୍ରୁତି ଦେଇଛନ୍ତି।

ଏଠାରେ ସୂଚାଇ ଦିଆଯାଇ ପାରେ କି, ରାହୁଲ୍‌ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନେତୃତ୍ବରେ ପାଞ୍ଚଜଣିଆ କଂଗ୍ରେସ ପ୍ରତିନିଧି ଦଳ ଆଜି ପୀଡ଼ିତାଙ୍କ ଗାଁ ହାଥ୍‌ରସ୍‌ର ବୁଲଗଡ଼ିରେ ପହଞ୍ଚିଯାଇଛନ୍ତି। ବ୍ୟାପକ ପୁଲିସଙ୍କ ଉପସ୍ଥିତିରେ ଅନେକ କଂଗ୍ରେସ କର୍ମୀ ସେମାନଙ୍କୁ ସ୍ବାଗତ କରିବାକୁ ଗାଁ ବାହାରେ ସମବେତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe