ହାଥରାସ୍‌ ଗଣଦୁଷ୍କର୍ମ ହତ୍ୟା ମାମଲା: ଆହ୍ଲାବାଦ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ହେବ ସିବିଆଇ ତଦନ୍ତ: ସୁପ୍ରିମକୋର୍ଟ

Advertisment
ମରାଠା ସଂପ୍ରଦାୟଙ୍କୁ ସଂରକ୍ଷଣ ବ୍ୟବସ୍ଥା ରାୟରେ ଓଡ଼ିଶାର ୨ଟି ପ୍ରସଙ୍ଗ ଉଲ୍ଲେଖ

Lokmat

ନୂଆଦିଲ୍ଲୀ: ହାଥରାସ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ସିବିଆଇ ତଦନ୍ତକୁ ଅନୁଧ୍ୟାନ କରିବେ ଆହ୍ଲାବାଦ ହାଇକୋର୍ଟ। ଆଜି ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ହାଥରାସ୍‌ ଗଣଦୁଷ୍କର୍ମ ମାମଲାରେ କୋର୍ଟ‌ ପରିଚାଳନାରେ ତଦନ୍ତ ହେବାକୁ ଦାବି କରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ୍‌ ଦାଖଲ ହୋଇଥିଲା। ଆଜି ଏହି ପିଟିସନ୍‌ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କୁ ଏଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି।

ଅନ୍ୟପକ୍ଷେ ହାଥରାସ୍‌ ଗଣଦୁଷ୍କର୍ମ ମାମଲାର ତଦନ୍ତ ଦିଲ୍ଲୀ ସ୍ଥାନାନ୍ତର କରିବା ପ୍ରସଙ୍ଗରେ ଏକ ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି, ସିବିଆଇ ଏହି ମାମଲାର ତଦନ୍ତ କରୁଛନ୍ତି। ତେଣୁ କୌଣସି ପ୍ରକାର ଭୁଲ୍‌ ହେବାର ଭୟ ନରହିବା ଉଚିତ୍‌। ଉଲ୍ଲେଖଯୋଗ୍ୟ ଯେ ହାଥରାସ୍‌ ଗଣଦୁଷ୍କର୍ମ ମାମଲାରେ ନିରପେକ୍ଷ ତଦନ୍ତ ଦାବି କରି ମାମଲାର ତଦନ୍ତକୁ ଉତ୍ତରପ୍ରଦେଶରୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟରେ ବିଭିନ୍ନ ସାମାଜିକ କର୍ମୀ ଏବଂ ଆଇନଜୀବୀଙ୍କ ଦ୍ବାରା ଏକ ଜନସ୍ବାର୍ଥ ମାମଲା ଦାଖଲ ହୋଇଥିଲା। ‌ଗତ ୧୫ ତାରିଖରେ କୋର୍ଟ ଏହି ମାମଲା ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe