ହାଥରସ୍ ଗଣଦୁଷ୍କର୍ମ ମାମଲା : ପୀଡ଼ିତାଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା ସହ ଜଣେ ସଦସ୍ୟଙ୍କୁ ଚାକିରି ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ହାଥରସ୍ ଗଣଦୁଷ୍କର୍ମ ମାମଲା : ପୀଡ଼ିତାଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା ସହ ଜଣେ ସଦସ୍ୟଙ୍କୁ ଚାକିରି ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Zee News

ଲକ୍ଷ୍ନୌ:  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସ୍ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଭିଡିଓ କଲ ମାଧ୍ୟମରେ ପୀଡିତାଙ୍କ ପରିବାର ସହ କଥା ହୋଇଥିବା ଜଣା ପଡିଛି। କଥା ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୀଡିତାଙ୍କ ବାପା ମୁଖ୍ୟମନ୍ତ୍ରୀଙ୍କୁ କହିଥିବା ସାମ୍ନାକୁ ଆସିଛି |

ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ବାପାଙ୍କୁ ଆଶ୍ୱାସନା ଦେଇ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୨୫ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଛନ୍ତି | ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦିଆଯିବ ସହ ୨୫ଲକ୍ଷ ଟଙ୍କା ଅନୁଦାନ ଦିଆଯିବ ଏବଂ ପରିବାରକୁ ରହିବା ପାଇଁ ଘର ଯୋଗାଇ ଦିଆଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ |

Will definitely not go as Yogi': CM Adityanath on Ayodhya mosque inauguration - The Financial Express The Financial Express

ଏଥି ସହିତ ହାଥରସ୍ ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ ଗୃହ ସଚିବ ଭଗବାନ୍ ସ୍ୱରୂପଙ୍କ ନେତୃତ୍ୱରେ ତିନିଜଣିଆ ଏସଆଇଟି ଏହି ଘଟଣାର ତଦନ୍ତ କରିବେ। ଏସଆଇଟିରେ ଦଳିତ ଏବଂ ମହିଳା ଅଧିକାରୀ ମଧ୍ୟ ଅଛନ୍ତି।

ଗୃହ ସଚିବ ଭଗବାନ୍ ସ୍ୱରୂପ, ଡିଜି ଚନ୍ଦ୍ର ପ୍ରକାଶ ଏବଂ କମାଣ୍ଡାଣ୍ଟ ପିଏସି ଆଗ୍ରା ପୁନମ ଏସଆଇଟିର ସଦସ୍ୟ ହେବେ। ପୂରା ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେବା ସହ ୭ଦିନ ମଧ୍ୟରେ ଅଦାଲତରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe