ହାଇଦ୍ରାବାଦ ଏନକାଉଣ୍ଟର ପରେ ଜଗନ ରେଡ୍ଡୀଙ୍କ ପ୍ରତିକ୍ରିୟା: କହିଲେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ପୁଲିସକୁ ମୁଁ ସଲାମ୍ କରୁଛି

Advertisment
ହାଇଦ୍ରାବାଦ ଏନକାଉଣ୍ଟର ପରେ ଜଗନ ରେଡ୍ଡୀଙ୍କ ପ୍ରତିକ୍ରିୟା: କହିଲେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ପୁଲିସକୁ ମୁଁ ସଲାମ୍ କରୁଛି

zeenews.india.com

ଅମରାବତୀ: ସୋମବାର ହାଇଦ୍ରାବାଦରେ ହୋଇଥିବା ଏନକାଉଣ୍ଟରକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଓ ପୁଲିସର ଏଭଳି କାମକୁ ସେ ପ୍ରଶଂସା କରିବା ସହ ଦୁଷ୍କର୍ମକାରୀଙ୍କ ଏନକାଉଣ୍ଟରକୁ ସେ ସମର୍ଥନ କରିଛନ୍ତି।

ବିଧାନସଭାରେ ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ବିଷୟରେ ଆଲୋଚନା କରି ସେ ନିଜର ପ୍ରତିକ୍ରିୟା ରଖିଥିଲେ। ଦୁଷ୍କର୍ମକାରୀଙ୍କ ସହ ଯାହା ସେମାନେ କରିଛନ୍ତି, ସେଥିପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଓ ପୁଲିସକୁ ମୁଁ ସଲାମ କରୁଛି। ପୂରା ଘଟଣା ମୁଁ ଟିଭିରେ ଦେଖିବା ସହ ଖବରକାଗଜରେ ପଢ଼ିଥିଲି। ଏଭଳି ଘଟଣା ପରେ ପୀଡ଼ିତାଙ୍କ ପରିବାର ଉପରେ କ’ଣ ବିତିଥିବ ତାହା ମଧ୍ୟ ଅନୁଭବ କରି ପାରିଥିଲି। ମୋର ଦୁଇଟି ଝିଅ, ଭଉଣୀ ଓ ସ୍ତ୍ରୀ ମଧ୍ୟ ଅଛନ୍ତି। ଜଣେ ବାପା ହିସାବରେ ମୁଁ ସେ ଦୁଃଖକୁ ଅନୁଭବ କରିପାରୁଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ।

Image result for jagan-reddy NDTV.com

ସୂଚନା ମୁତାବକ, ଗତ ମାସରେ ହାଇଦ୍ରାବାଦର ଜଣେ ମହିଳା ଡାକ୍ତରଙ୍କ ସହ ଗଣଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲା। ଯାହା ପରେ ପରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶବାସୀ ଏକାଠି ହୋଇଥିଲେ। ଘଟଣାର ସପ୍ତାହକ ମଧ୍ୟରେ ପୁଲିସ ୪ଜଣ ଅଭିଯୁକ୍ତକୁ ଗିରଫ କରିବାର କିଛି ଦିନ ମଧ୍ୟରେ ଏନକାଉଣ୍ଟର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe