ବିଜେପି ବିଧାୟକଙ୍କ ବିବାଦୀୟ ବୟାନ, କହିଲେ- ହିନ୍ଦୁମାନେ ଜନ୍ମ କରନ୍ତୁ ୫ଟି ସନ୍ତାନ

ବିଜେପି ବିଧାୟକଙ୍କ ବିବାଦୀୟ ବୟାନ, କହିଲେ- ହିନ୍ଦୁମାନେ ଜନ୍ମ କରନ୍ତୁ ୫ଟି ସନ୍ତାନ

ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଏଥର ଜନସଂଖ୍ୟାକୁ ନେଇ କହିଛନ୍ତି। ବିବାଦୀୟ ବୟାନରେ ସେ ‘ଆମେ ଦୁଇ ଆମର ପାଞ୍ଚ’ ବୋଲି କହିଛନ୍ତି। ସେ ହିନ୍ଦୁମାନଙ୍କର ଜନସଂଖ୍ୟା ନିୟନ୍ତ୍ରଣ ନେଇ ଆଗ୍ରହର ସହିତ କହିଛନ୍ତି, ଯଦି ସନ୍ତୁଳନ ହେଉ ନାହଁ, ତା’ହେଲେ ସଂଖ୍ୟାଲଘୁ ମାନଙ୍କର ପନ୍ଥା ଅବଳମ୍ବନ କରାଯିବାର ଆବଶ୍ୟକତା ରହିଛି। ହିନ୍ଦୁ ସମାଜକୁ ଏବିଷୟରେ ଚିନ୍ତା କରିବାର ଦରକାର ଅଛି ଓ ଭାରତ ଭୂମିକୁ ରକ୍ଷା କରିବା ପାଇଁ ଜନସଂଖ୍ୟା ବଢ଼ାଇବାର ଆବଶ୍ୟକତା ରହିଛି। ସେ କହିଛନ୍ତି, ହିନ୍ଦୁ ସଂପ୍ରଦାୟର ଲୋକଙ୍କୁ ଅତି କମ୍‌ରେ ୫ପିଲା ଜନ୍ମ କରିବା ଦରକାର। ୨ ମହିଳାଙ୍କ ପାଇଁ ୨ ପୁରୁଷଙ୍କ ପାଇଁ ଓ ଏକ ଅନ୍ୟପାଇଁ। ସେ କହିଛନ୍ତି ଯେ, ପିଲା ଜନ୍ମ କରିବା ଭଗବାନଙ୍କ ପ୍ରସାଦ। ସିଂହ କହିଛନ୍ତି, ଭାରତ ସେବେ ଯାଇ ମଜବୁତ ହେବ, ଯେତେବେଳେ ହିନ୍ଦୁ ଶକ୍ତିଶାଳୀ ହେବ।

ସୂଚନାଯୋଗ୍ୟ ବିଗତ ଦିନରେ ମଧ୍ୟ ସୁରେନ୍ଦ୍ର ସିଂହ ବାଳିକାଙ୍କ ବିରୋଧରେ କହିଥିଲେ, ମୋବାଇଲ ଯୋଗୁଁ ଦୁଷ୍କର୍ମ ବଢୁଛି। ସେ କହିଥିଲେ, ମୋବାଇଲ ରଖିବା ଦ୍ୱାରା ପିଲାମାନେ ଖରାପ ଅଭ୍ୟାସରେ ଅଧିକ ସମୟ ଦେଉଛନ୍ତି। ଆଜିକାଲି ଝିଅମାନେ ଏକାକୀ ବୁଲୁଛନ୍ତି, ଯେଉଁଥି ପାଇଁ ସେ ଦୁଷ୍କର୍ମର ଶିକାର ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe