କରୋନାଭାଇରସ୍ ଶୃଙ୍ଖଳ ଛିନ୍ନ କରିବାକୁ କ୍ୱାରେଣ୍ଟିନରେ ରହିଛି: ସିଆରପିଏଫ୍ ଡିଜି

Advertisment
କରୋନାଭାଇରସ୍ ଶୃଙ୍ଖଳ ଛିନ୍ନ କରିବାକୁ କ୍ୱାରେଣ୍ଟିନରେ ରହିଛି: ସିଆରପିଏଫ୍ ଡିଜି

Image Source: The Times of India

ନୂଆଦିଲ୍ଲୀ: ରବିବାର ଦିନ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର ମହାନିର୍ଦେଶକ ଏ ପି ମାହେଶ୍ୱରୀ କହିଛନ୍ତି ଯେ କରୋନାଭାଇରସ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବାକୁ ନିଜର ଦାୟିତ୍ୱ ହିସାବରେ ସେ କ୍ୱାରେଣ୍ଟିନରେ ରହିଛନ୍ତି । "ସିଆରପିଏଫ୍'ର ଜଣେ ଡାକ୍ତର କୋଭିଡ୍-୧୯ରେ ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିବାରୁ ସେ ଏ ଭଳି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡ଼ିଛି ।

୩.୨ ଲକ୍ଷ କର୍ମଚାରୀ ଥିବା ଦେଶର ସର୍ବବୃହତ୍ ପାରାମିଲିଟାରି ଫୋର୍ସର ମୁଖ୍ୟ ୫୯ ବର୍ଷିୟ ମାହେଶ୍ୱରୀ, "ସିଆପିଏଫ୍'ର ପୂର୍ବତନ ମୁଖ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରାଳୟର ବରିଷ୍ଠ ନିରାପତ୍ତା ପରାମର୍ଶଦାତା ୬୭ ବର୍ଷିୟ କେ ବିଜୟ କୁମାର ଏହି ଶୃଙ୍ଖଳରେ ଥିବା ଦୁଇ ଡଜନ ସରିକ କର୍ମଚାରୀ କ୍ୱାରେଣ୍ଟିନରେ ରହିଛନ୍ତି । ସମ୍ପୃକ୍ତ ଡାକ୍ତରଜଣକ କରୋନାଭୂତାଣୁ ସଂକ୍ରମିତ ହୋଇଥିବା କଥା ଏପ୍ରିଲ୍ ୨ ତାରିଖ ଦିନ ଜଣାପଡ଼ିଥିଲା ।

publive-image Image Source: The Times of India

ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନର ସମୀକ୍ଷା କରିବାକୁ ଗତ ସପ୍ତାହରେ ଉଭୟ ମାହେଶ୍ୱରୀ ଏବଂ କୁମାର ବିଏସଏଫର ଏକ ସ୍ୱତନ୍ତ୍ର ବିମାନରେ ଛତିଶଗଡ଼ ଗସ୍ତ କରିଥିଲେ ।

କୋଭିଡ୍-୧୯ ଆକ୍ରାନ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଜଣେ ଅଧିକାରୀଙ୍କ ସଂସ୍ପର୍ଶରେ ଉତ୍ତର ପ୍ରଦେଶ କ୍ୟାଡରର ୧୯୮୪ ବ୍ୟାଚ୍ ଆଇପିଏସ୍ ଅଧିକାରୀ ମାହେଶ୍ୱରୀ ଆସିଥିବା ଜଣାପଡ଼ିଥିଲା । ସମ୍ପ୍ରତି ମାହେଶ୍ୱରୀ ହରିୟାନାର ଝାଜ୍ଜାରସ୍ଥିତ "ଏମସ'ରେ କ୍ୱାରେଣ୍ଟିନରେ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe