Mathrubhumi English
ନାଗପୁର : ଶରଦ ପାୱାରଙ୍କ ଦଳ ନିଜ ଦଳରୁ କେହି ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ହେବା ଲାଗି ଦିବାସ୍ବପ୍ନ ଦେଖୁଛି ବୋଲି କଂଗ୍ରେସର ମହାରାଷ୍ଟ୍ର ପ୍ରଦେଶ ମୁଖ୍ୟ ନାନା ପାଟୋଲଙ୍କ ବିବୃତି ପରେ ଏନ୍ସିପି ନେତ୍ରୀ ସୁପ୍ରିୟା ସୁଲେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ପ୍ରତ୍ୟେକ ଦଳ ନିଜ ଭିତରୁ କେହି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଭାବିବା ଲାଗି ଅଧିକାର ଅଛି।
ବିଡଠାରେ ଅନୁଷ୍ଠିତ ଏକ ସାଧାରଣ ରୢାଲିରେ ରାଜ୍ୟ ମନ୍ତ୍ରୀ ତଥା ଏନ୍ସିପି ନେତା ଧନଞ୍ଜୟ ମୁଣ୍ଡେ କହିଥିଲେ ଯେ, ତାଙ୍କ ଦଳ ବିଧାନସଭା ନିର୍ବାଚନରେ ଏକ ନମ୍ବର ସ୍ଥାନ ହାସଲ କରିବ ଏବଂ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏନ୍ସିପିରୁ ହେବେ। ମୁଣ୍ଡେଙ୍କ ଏଭଳି ବିବୃତି ଉପରେ ପ୍ରତିକ୍ରିୟା ରଖି ରବିବାର ପାଟୋଲ କହିଥିଲେ ଯେ, ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ପଦ ହାତେଇବା ଲାଗି ଏନ୍ସିପି ଦିବାସ୍ବପ୍ନ ଦେଖୁଛି।
Follow Us