Image Courtesy of India Today
ହାଇଦ୍ରାବାଦ: ତେଲେଙ୍ଗାନାରେ ଭୋଟ୍ ଗଣନାର ପ୍ରାରମ୍ଭିକ ଟ୍ରେଣ୍ଡ୍ରେ ‘ଭଲ ଫଳାଫଳ’ ହାସଲ କରିଥିବାରୁ କଂଗ୍ରେସକୁ ଅଭିନନ୍ଦନ ଜଣାଇବା ଉଚିତ ବୋଲି ‘ଭାରତ ରାଷ୍ଟ୍ର ସମିତି’ (ବିଆର୍ଏସ୍) ସାଂସଦ କେ. କେଶବ ରାଓ କହିଛନ୍ତି।
ନିଉଜ୍ ଏଜେନ୍ସି ‘ଏଏନ୍ଆଇ’ ସହିତ କରିଥିବା ସାକ୍ଷାତ୍କାର ବେଳେ ରାଓ କହିଛନ୍ତି, ଏ ଦାକ୍ଷିଣାତ୍ୟ ରାଜ୍ୟରେ କଂଗ୍ରେସ ତା’ର ପ୍ରାଧାନ୍ୟ ଦେଖାଇ ଥିବାରୁ ତାଙ୍କ ଦଳ କଂଗ୍ରେସଠାରୁ ପଛରେ ରହିଥିବା କଥା ତେଲେଙ୍ଗାନା ଶାସକ ଦଳର ନେତା ସ୍ବୀକାର କରିଛନ୍ତି। ପ୍ରାରମ୍ଭିକ ଗଣନାରୁ ଯାହା ଜଣାପଡୁଛି ଏକଥା ଆମକୁ ସ୍ବୀକାର କରିବାକୁ ପଡ଼ିବ। ଏଥିରେ କିଛି ଲୁଚାଛପା ନାହିଁ।
Image Courtesy of The Hans Indiaପ୍ରାରମ୍ଭିକ ଟ୍ରେଣ୍ଡ୍କୁ ଲକ୍ଷ୍ୟ କରି କଂଗ୍ରେସକୁ ଅଭିନନ୍ଦନ ଜଣାଇଥିଲେ ବି ‘ବିଆର୍ଏସ୍’ ତେଲେଙ୍ଗାନାରେ ତୃତୀୟ ଥର ସରକାର ଗଢ଼ିବ ବୋଲି ସାଂସଦ ରାଓଙ୍କର ଦୃଢ଼ ବିଶ୍ବାସ ମଧ୍ୟ ରହିଛି।
କଂଗ୍ରେସର ପ୍ରାରମ୍ଭିକ ସଫଳାତା ବିଷୟରେ ସେ କହିଛନ୍ତି ଯେ, ଏବେ ମୁଁ ଆସନ ସଂଖ୍ୟା କଥା କହୁନାହିଁ। କାରଣ ମୁଁ ସର୍ଭେକୁ ଅମାନ୍ୟ କରିବି ନାହିଁ। ସର୍ଭେ ଅନୁସାରେ, ସେମାନେ କଂଗ୍ରେସକୁ ଅଗ୍ରଣୀ କରିଛନ୍ତି। କିନ୍ତୁ, ମୋ ପର୍ଯ୍ୟବେକ୍ଷଣରେ ଆମେ ଯଥେଷ୍ଟସଂଖ୍ୟକ ଆସନ ଜିଣି କ୍ଷମତାକୁ ଆସିବୁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ସମର୍ଥକଙ୍କ ବିନା ଏକାକୀ ନିର୍ବାଚନ ଲଢୁଛି। ତେଣୁ, କଂଗ୍ରେସ ନିଜ ଉଦ୍ୟମରେ ଯାହା କିଛି ଆସନ ଜିଣିବ। କିନ୍ତୁ, ଆବଶ୍ୟକ ପଡ଼ିଲେ ‘ବିଜେପି’ ଓ ‘ଏଆଇଏମ୍ଆଇଏମ୍’ ନିଶ୍ଚୟ ଆମକୁ ସମର୍ଥନ କରିବେ।
Follow Us