ସମନ ପଠାଯାଇନାହିଁ, ମୁଁ କାମ ପାଇଁ ଦିଲ୍ଲୀ ଆସିଛି: ଏନସିବି ମୁଖ୍ୟ ସମୀର ୱାଙ୍ଖେଡେ

ସମନ ପଠାଯାଇନାହିଁ, ମୁଁ କାମ ପାଇଁ ଦିଲ୍ଲୀ ଆସିଛି: ଏନସିବି ମୁଖ୍ୟ ସମୀର ୱାଙ୍ଖେଡେ

ANI

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଛାଡ଼ିବା ପାଇଁ ୨୫କୋଟି ଟଙ୍କା ମାଗିଥିବାର ଆରୋପ ଲାଗିବା ପରେ ଏବେ ଦିଲ୍ଲୀରେ ପହଞ୍ଚିଛନ୍ତି ଏନସିବି ମୁଖ୍ୟ ସମୀର ୱାଙ୍ଖେଡେ। ଏଭଳି ସ୍ଥିତିରେ ତାଙ୍କର ଦିଲ୍ଲୀ ଗସ୍ତ କରିବାକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଥିବା ବେଳେ ଲାଗିଥିବା ଆରୋପ ପାଇଁ ତାଙ୍କୁ ଦିଲ୍ଲୀ ଡକାଯାଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ସମୀର ୱାଙ୍ଖେଡେ କହିଛନ୍ତି ଯେ, ତାଙ୍କୁ ପଚରାଉଚରା ପାଇଁ କୌଣସି ସମନ ପଠାଯାଇନାହିଁ। ସେ କିଛି ଅଲଗା କାମ ପାଇଁ ଦିଲ୍ଲୀ ଯାଇଛନ୍ତି।

Sameer Wankhede (Photo: PTI file) www.indiatoday.in

ଉଲ୍ଲେଖଯୋଗ୍ୟ, ମୁମ୍ବାଇ କ୍ରୁଜ୍ ଡ୍ରଗ୍ ମାମଲାରେ ଗିରଫ ହୋଇଥିବା ଶାହରୁଖ ଖାନ୍‌ଙ୍କ ପୁତ୍ର ଆର୍ୟନ୍ ଖାନ୍‌ଙ୍କୁ ମୁକୁଳାଇବା ପାଇଁ ଏନ୍‌ସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େ ଓ ଅନ୍ୟ ଅଧିକାରୀଙ୍କ ପକ୍ଷରୁ ୨୫ କୋଟି ଟଙ୍କା ମାଗାଯାଇଥିବା ନେଇ ଜଣେ ସାକ୍ଷୀଙ୍କ ଅଙ୍ଗରକ୍ଷୀ ଅଭିଯୋଗ କରିବା ପରେ ଏନ୍‌ସିବି ପକ୍ଷରୁ ଏହାର ଭିଜିଲାନ୍ସ ତଦନ୍ତ ଆଦେଶ ‌ଦିଆଯାଇଛି। ଏନସିବି ମୁଖ୍ୟ ସମୀର ୱାଙ୍ଖେଡେଙ୍କ ବିରୋଧରେ ଆସିଥିବା ଏଭଳି ଅଭିଯୋଗକୁ ସେ ଖଣ୍ଡନ କରିବା ସହ କାହାକୁ ଟଙ୍କା ମାଗିନଥିବା କହିଛନ୍ତି। ତେବେ ସମୀର ୱାଙ୍ଖେଡେ ଦିଲ୍ଲୀ କଣ ପାଇଁ ଯାଇଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏନ୍‌ସିବି ତାଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe