ପ୍ରଶାସନ ଚେତାବନୀକୁ ଅଣଦେଖା କରି ସମୁଦ୍ର ଲହଡ଼ିରେ ଭାସି ଯାଇଥିଲେ ଯୁବତୀ: ତଟରକ୍ଷୀ ବାହିନୀଙ୍କ ଯୋଗୁଁ ବଞ୍ଚିଲା ଜୀବନ

Advertisment
ପ୍ରଶାସନ ଚେତାବନୀକୁ ଅଣଦେଖା କରି ସମୁଦ୍ର ଲହଡ଼ିରେ ଭାସି ଯାଇଥିଲେ ଯୁବତୀ: ତଟରକ୍ଷୀ ବାହିନୀଙ୍କ ଯୋଗୁଁ ବଞ୍ଚିଲା ଜୀବନ

ନୂଆଦିଲ୍ଲୀ: ବ୍ରିଟେନରେ ଘୂର୍ଣ୍ଣିବାତ୍ୟା ୟୁନିସ  ବିପଦ ବୃଦ୍ଧି ପାଇବାରେ ଲାଗିଛି। ଘୂର୍ଣ୍ଣିବାତ୍ୟା ବିପଦକୁ ଦେଖି ପ୍ରଶାସନ ଲୋକଙ୍କୁ ସମୁଦ୍ର କୂଳଠାରୁ ଦୂରରେ ରହିବାକୁ ଏବଂ ଘରୁ ବାହାରକୁ ନଆସିବାକୁ ଚେତାବନୀ ଦେଇଛି। ଏଭଳି ପରିସ୍ଥିତିରେ କିଛି ଲୋକ ପ୍ରଶାସନର ଚେତାବନୀକୁ ଅଣଦେଖା କରି ସମୁଦ୍ର କୂଳରେ ବୁଲୁଥିବା ଦେଖିବାକୁ ମିଳିଥିଲା। ପ୍ରଶାସନ ଚେତାବନୀକୁ ଅଣଦେଖା କରି ଜଣେ ଯୁବତୀ ବିପଦରେ ପଡ଼ିଥିଲେ। ବହୁତ କଷ୍ଟରେ ତାଙ୍କୁ ଉଦ୍ଧାର କରାଯାଇଥିଲା।

ନ୍ୟୁକୱେ ତୋୱାନ ବେଳାଭୂମିରେ ଏକ ଭୟାବହ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯୁବତୀ ଜଣକ ସମୁଦ୍ର କୂଳରେ କିଛି ସମୟ ଛିଡ଼ା ହେବା ପରେ ଭିତରକୁ ଯାଇ ଗାଧେଇବାକୁ ଲାଗିଥିଲେ। ଏହି ସମୟ‌ରେ ସମୁଦ୍ରରେ ପ୍ରବଳ ଲହଡ଼ି ଉଠୁଥିଲା। ଏହି ଲହଡ଼ିରେ ଯୁବତୀ ଜଣକ ଭିତରକୁ ଭାସି ଯାଇଥିଲେ। ସୌଭାଗ୍ୟବଶତଃ ସେସମୟରେ ତଟରକ୍ଷୀ ବାହିନୀ ସେଠାରେ ଉପସ୍ଥିତ ଥିଲେ। ତଟରକ୍ଷୀ ବାହିନୀ ତତ୍ପରତା ଦେଖାଇ ଯୁବତୀଙ୍କୁ ସମୁଦ୍ର ଭିତରୁ ଉଦ୍ଧାର କରିଥିଲେ।

ପାଣିପାଗ ବିଭାଗ ଲଣ୍ଡନ ସମେତ ଉତ୍ତର ଇଂଲଣ୍ଡ ପାଇଁ ରେଡ ଆଲର୍ଟ ଜାରି କରିଛି । ଏଠାରେ ପବନର ବେଗ ଘଣ୍ଟା ପ୍ରତି  ୧୦୦ ମାଇଲ ହେବାର ସମ୍ଭାବନା ଅଛି । ପବନର ବେଗ ଅଧିକ ହେବାରୁ ଘରର ଛାତ ଉଡ଼ି ଯାଇପାରେ ଏବଂ ବିଦ୍ୟୁତ୍ ବି କଟିଯାଇପାରେ।

ଏହା ସହିତ ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡିପାରେ। ଲୋକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପାଣିପାଗ ବିଭାଗ ପକ୍ଷରୁ  କୁହାଯାଇଛି। ଏହା ସହିତ ଇଂଲଣ୍ଡର ଦକ୍ଷିଣ ଏବଂ ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe