୧୭୦କୋଟି ଟଙ୍କା ନେଇଥିବାରୁ କଂଗ୍ରେସକୁ କାରଣ ଦର୍ଶାଅ ନୋଟିସ ଜାରି କଲା ଆୟକର ବିଭାଗ

Advertisment
୧୭୦କୋଟି ଟଙ୍କା ନେଇଥିବାରୁ କଂଗ୍ରେସକୁ କାରଣ ଦର୍ଶାଅ ନୋଟିସ ଜାରି କଲା ଆୟକର ବିଭାଗ

newindianexpress.com

ନୂଆଦିଲ୍ଲୀ: ମଙ୍ଗଳବାର ୧୭୦କୋଟି ଟଙ୍କା ଗ୍ରହଣ କରିଥିବାରୁ କଂଗ୍ରେସକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଆୟକର ବିଭାଗ ପକ୍ଷରୁ ଏହି ନୋଟିସ ଜାରି କରାଯାଇଥିବା ବେ‌ଳେ କ’ଣ ପାଇଁ କମ୍ପାନିଠାରୁ ଏତେ କୋଟି ଟଙ୍କା କଂଗ୍ରେସ ଗ୍ରହଣ କରିଥିଲା, ତାହାର କାରଣ ପଚରାଯାଇଛି। ମିଳିଥିବା ସୂଚନା ମୁତାବକ, ୩,୩୦୦କୋଟି ଟଙ୍କାର କର ଚୋରି ମାମଲାରେ ସାମିଲ ଥିବା କମ୍ପାନିଠାରୁ କଂଗ୍ରେସ ୧୭୦କୋଟି ଟଙ୍କା ଗ୍ରହଣ କରିଥିଲା।  ଏବେ ଆୟକର ବିଭାଗ ଏ ସଂକ୍ରାନ୍ତରେ କଂଗ୍ରେସକୁ ନୋଟିସ କରିଛି।

Image result for hawala-probe-income-tax-department-issues-notice-to-congress-for-receiving-rs-170-crore-funds The Financial Express

ବିଭାଗ ପକ୍ଷରୁ କୁହାଯାଇଛି କି, ଯାଞ୍ଚକୁ ଆଗକୁ ବଢ଼ାଇବା ପାଇଁ କଂଗ୍ରେସକୁ ନୋଟିସ ଜାରି କରାଯାଇଛି। ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦରେ ଗତ ମାସରେ ଚଢ଼ଉ ପରେ କଂଗ୍ରେସର କମ୍ପାନି ସହ ସଂପର୍କ ଥିବା କଥା ସାମ୍ନାକୁ ଆସିଥିଲା। କୋଟି କୋଟି ଟଙ୍କା କର ଚୋରିରେ ସାମିଲ ଥିବା କମ୍ପାନିଠାରୁ କଂଗ୍ରେସ କ’ଣ ପାଇଁ ଏତେ କୋଟି ଟଙ୍କା ଆଣିଥିଲା ଓ କମ୍ପାନି ସହ କଂଗ୍ରେସର ସଂପର୍କ କ’ଣ ଥିଲା, ଏବେ ସେ ନେଇ ଆୟକର ବିଭାଗ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe