The Financial Express
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ରେମଡେସିଭିରର ଅଭାବ ଦେଖା ଦେଉଥିବାରୁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାରଙ୍କୁ ଏହାର କାରଣ ପଚାରିଛନ୍ତି ଦିଲ୍ଲୀ ହାଇକୋର୍ଟ। କେବଳ ଡାକ୍ତରଖାନାରେ ହିଁ କରୋନା ରୋଗୀଙ୍କୁ ରେମଡେସିଭିର ଡୋଜ ଦିଆଯାଇପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ହେଲେ ଡାକ୍ତରଖାନାରେ ରୋଗୀଙ୍କୁ ଶଯ୍ୟା ଏବଂ ଅମ୍ଲଜାନ ମିଳୁନଥିବା ବେଳେ ଜଣେ ରେମଡେସିଭିର ଡୋଜ କେମିତି ପାଇବ ବୋଲି ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ପ୍ରତିଭା ଏମ ସିଂ ।
ଏନେଇ ଜଷ୍ଟିସ୍ ପ୍ରତିଭା ଏମ ସିଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆକୁ ଏକ ପକ୍ଷ କରିଛନ୍ତି ଏବଂ ଦିଲ୍ଲୀରେ କାହିଁକି ରେମଡେସିଭିର ଅଭାବ ରହିଛି ସେ ସମ୍ପର୍କରେ ସେମାନଙ୍କ ଓକିଲମାନଙ୍କୁ ଉତ୍ତର ରଖିବାକୁ କହିଛନ୍ତି। ଏହା ସହ ଅଦାଲତରେ ଦିଲ୍ଲୀ ସରକାରଙ୍କ ପକ୍ଷ ରଖୁଥିବା ଓକିଲ ଅନୁଜ ଅଗ୍ରୱାଲଙ୍କୁୁ ଜଷ୍ଟିସ୍ ପ୍ରତିଭା ଏମ ସିଂ କହିଛନ୍ତି ଯେ, ଏହି ଔଷଧ ମିଳୁ ନଥିବାରୁ ସମଗ୍ର ସହର ଯନ୍ତ୍ରଣା ଭୋଗୁଛି। ଔଷଧର ଆବଶ୍ୟକତା ପୂରଣ ପାଇଁ ସମଗ୍ର କ୍ରୟ ସରକାରଙ୍କ ଦ୍ୱାରା କରାଯାଇଛି। ତେବେ ଏହା କାହିଁକି ଘଟୁଛି ବୋଲି ପ୍ରଶ୍ନ କରିବା ସହ ରେମଡେସିଭିରର ଅଭାବ ପଛର କାରଣ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Follow Us